ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୨ ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 2 ଜଣ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି ।
ତାମିଲନାଡୁରୁ ଫେରିବା ପରେ ଗତ ମେ ୨୮ରୁ ଏହି ଦୁଇ ଜଣ ବ୍ୟକ୍ତି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ବାରେଣ୍ଟାଇନରେ ରହିଥିବାବେଳେ କୋରୋନା ଭାଇରସ ଲକ୍ଷଣ ଦେଖା ଦେବାରୁ ଏମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସ୍ବାବ ନମୁନା ପରୀକ୍ଷା ପରେ ବ୍ୟକ୍ତି ଦ୍ବୟ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନସୁଦ୍ଧା ଜିଲ୍ଲାରେ ୨୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବାବେଳେ ୧୫ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ