ETV Bharat / state

ପୃଥକ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

author img

By

Published : Dec 10, 2022, 9:04 AM IST

କଳାହାଣ୍ଡିରେ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଅଶୁଭ ଶୁକ୍ରବାର: ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତକାଲି(ଶୁକ୍ରବାର) ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି(2 killed in two separate road accidents) । କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ତୁଲାପଡ଼ା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମିନି ଟ୍ରକ ଗଛରେ ପିଟି ହେବାରୁ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଅବସ୍ଥା ଗୁରୁତର ରହିଛି । ମୃତକ କଟକ ଜିଲ୍ଲା ବ୍ରାହ୍ମଣ ସାହିଗାଁର ପୂର୍ଣ୍ଣଚନ୍ଦ୍ର ମହାରଣା ବୋଲି ପୋଲିସ ସୂଚନା ଦେଇଛି ।

ଡ୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ତେବେ ଏହି ମିନି ଟ୍ରକ ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ତୁଲାପଡ଼ା ବୁଲାଣି ନିକଟରେ ଗଛରେ ପିଟି ହୋଇଥିଲା ।

ଅନ୍ୟପଟେ ଚହଗାଁ ନିକଟରେ ଆଉ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପରମାନନ୍ଦ ପୁର ଗାଁର ପିଣ୍ଟୁ ଗୌଡ଼ କୌଣସି କାମରେ ବୋର୍ଡା ଯାଇ ବାଇକ ଯୋଗେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଚହଗାଁ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ପିଣ୍ଟୁ ଗୌଡଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିଲା ।

ଏହାମଧ୍ୟ ପଢନ୍ତୁ: RAPE CASE: ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଏହି ଦୁଇଟି ଘଟଣାରେ କଳାହାଣ୍ଡି ପୋଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.