ETV Bharat / state

ଗଛରେ ପିଟି ହେଲା ଆମ୍ବୁଲାନ୍ସ, 2 ମୃତ

author img

By

Published : Oct 17, 2022, 2:31 PM IST

କଳାହାଣ୍ଡି ଜିଲ୍ଲା ମହିଚଳା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଆମ୍ବୁଲାନ୍ସ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଗଛରେ ପଟି ହେଲା ଆମ୍ବୁଲାନ୍ସ , 2 ମୃତ
ଗଛରେ ପଟି ହେଲା ଆମ୍ବୁଲାନ୍ସ , 2 ମୃତ

ଭବାନୀପାଟଣା: ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ । ଏଥିରେ ଜଣେ ମହିଳା ରୋଗୀଙ୍କ ସମେତ ଗାଡ଼ି ହେଲପରଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ମହିଚଳା ନିକଟରେ ଘଟିଛି ଏହି ଆମ୍ବୁଲାନ୍ସ ଦୁର୍ଘଟଣା । ମୃତା ମହିଳା ରୋଗୀ ଜଣକ ହେଲେ ଡାଇରିଆ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନେବା ବାଟରେ ଛକି ବସିଥିଲା ଯମ ।

ଗଛରେ ପଟି ହେଲା ଆମ୍ବୁଲାନ୍ସ , 2 ମୃତ

ସୂଚନା ଅନୁଯାୟୀ, ଜୟପାଟଣା ଥାନା କପୁରମାଲ ଗାଁରେ କିଛି ଦିନ ହେଲା ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ଅନେକ ଆକ୍ରାନ୍ତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେହି ଗାଁର ୫୫ ବର୍ଷୀୟ ସୁନୀତା ଦୁର୍ଗା ଡାଇରିଆରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ରୋଗୀ ସୁନୀତା ଦୁର୍ଗା ମଧ୍ୟ ଆଖି ବୁଜିଛନ୍ତି ।

ଏହା ବି ପଢନ୍ତୁ...ଭୃଣହତ୍ୟା ରୋକିବାକୁ ପ୍ରୟାସ, ଲିଙ୍ଗ ନିରୂପଣ ହେଉଥିବା ସୂଚନା ଦେଲେ ମିଳିବ ପୁରସ୍କାର

ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜୁନାଗଡ଼ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ଆମ୍ବୁଲାନ୍ସ କର୍ମଚାରୀ ଜଣକ ପଣ୍ଡିଗାଁର ଡମ୍ବରୁ ଶବର ବୋଲି ଜଣାପଡିଛି । ଆମ୍ବୁଲାନ୍ସ ଦୁର୍ଘଟଣା ପ୍ରଥମ ଘଟଣା ନୁହେଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.