ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି: ବିଲରୁ ଗୁପ୍ତଧନ ଖୋଜିବା ବେଳେ 2 ଅଟକ

author img

By

Published : Nov 5, 2020, 11:55 AM IST

ତନ୍ତ୍ରମନ୍ତ୍ର ସାଧନା କରି ବିଲରୁ ଗୁପ୍ତ ଧନ ଖୋଳୁଥିବା ଅଭିଯୋଗରେ 2 ଅଟକ । ଘଟଣାସ୍ଥଳରୁ 7 ଫେରାର । କଳାହାଣ୍ଡିରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

ତନ୍ତ୍ର ବଳରେ ବିଲରୁ ଗୁପ୍ତଧନ ଖୋଳା ଅଭିଯୋଗରେ ଦୁଇ ଅଟକ

ଭବାନୀପାଟଣା: ପୁଣି କଳାହାଣ୍ଡିରେ ଅନ୍ଧବିଶ୍ବାସର ପଦଧ୍ବନି । ତନ୍ତ୍ର ବଳରେ ବିଲରୁ ଖୋଳା ଚାଲିଥିଲା ଗୁପ୍ତଧନ । ଧର୍ମଗଡ ଥାନା ରଙ୍କାବାହାଲ ଗାଁରେ ତନ୍ତ୍ରମନ୍ତ୍ର ସାଧନା କରି ଗୁପ୍ତ ଧନ ଖୋଳୁଥିବା ଅଭିଯୋଗରେ ଗାଁ ଲୋକେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ଘଟଣାସ୍ଥଳରୁ ଆଉ 7 ଜଣ ସହଯୋଗୀ ଫେରାର ଥିବା ଜଣାପଡିଛି ।

ସୂଚନା ମୁତାବକ, ରଙ୍କାବାହଲ୍ ଗାଁ ମୁଣ୍ଡ ଏକ ବିଲରେ କିଛି ଲୋକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ । ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିଥିଲେ । ସନ୍ଦେହ ହେବାରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ହେଲେ ଘଟଣାସ୍ଥଳରୁ 7 ଜଣ ଫେରାର ହୋଇଯାଇଛନ୍ତି । ବାକି ଦୁଇ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ସେମାନେ ତନ୍ତ୍ରମନ୍ତ୍ର ବଳରେ ବିଲରୁ ଗୁପ୍ତଧନ ଖୋଳୁଥିବା ଘଟଣା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.