ଝାରସୁଗୁଡା: ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସେଣ୍ଟ ଥୋମାସ ସ୍କୁଲର ନିର୍ଦ୍ଦେଶକଙ୍କ 29 ବର୍ଷୀୟ ପୁଅ ପ୍ରବୀଣ ଡାନିଏଲଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ।
ସୂଚନାଅନୁସାରେ, ସ୍କୁଲ କ୍ୟାମ୍ପସ ପରିସରରେ ଥିବା ତାଙ୍କ ବାସ ଭବନର ବନ୍ଦ ଘରୁ ସ୍କୁଲର ନିର୍ଦ୍ଦେଶକଙ୍କ ପୁଅର ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବିଷାକ୍ତ ଗ୍ୟାସ ଦ୍ବାରା ପ୍ରବୀଣ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ରହି ତଦନ୍ତ ଚଳାଇଛନ୍ତି।
ମୃତ ଯୁବକ କିଛିଦିନ ପୂର୍ବରୁ ନୈଟ୍ରୋଜେନ ସିଲିଣ୍ଡର ଗ୍ୟାସ ଅନଲାଇନରେ କିଣି ପରୀକ୍ଷା କରିବା ସମୟରେ ଏମିତି ହୋଇଥାଏ ବୋଲି ଏସପି କହିଥିବା ସହ ଅନ୍ୟାନ୍ୟ ଦିଗ ପ୍ରତି ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ବିକାଶ ଚନ୍ଦ୍ର ଦାସ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ