ETV Bharat / state

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jun 25, 2022, 5:45 PM IST

Updated : Jun 25, 2022, 7:34 PM IST

ଝାରସୁଗୁଡ଼ାରେ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହ ଜବତ କଲା ରେଳବାଇ ପୋଲିସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ । ଅଧିକ ପଢ଼ନ୍ତୁ

ରେଳ ଧାରଣାରୁ ମୃତଦେହ ଉଦ୍ଧାର
ରେଳ ଧାରଣାରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବେଲପାହାଡ଼ ନୂଆପଡ଼ା ନିକଟସ୍ଥ ରେଳ ଧାରଣାରୁ ଦେହ ଓ ଅଲଗା ହୋଇଯାଇଥିବା ମୁଣ୍ଡ ଜବତ କଲା ରେଳବାଇ ପୋଲିସ । ମୃତକ ହେଉଛନ୍ତି ସ୍ଥାନୀୟ କାଡୁପଡ଼ାର ସୋନୁମୋଦୀ କିଶାନ(୪୦) ।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ, ସୋନୁ ଗତକାଲି(ଶୁକ୍ରବାର) ରାତିରେ ପରିବାର ଲୋକଙ୍କ ସହ ରାତ୍ର ଭୋଜନ କରିବା ପରେ ଘରୁ ବାହାରକୁ ଯାଇଥିଲେ । ଏହାପରେ ଆଉ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନୂଆପଡ଼ା ନିକଟସ୍ଥ ରେଳ ଧାରଣା ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବା ରେଳବାଇ ପୋଲିସକୁ ଖବର ଦେଇଥିଲେ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Jun 25, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.