ETV Bharat / state

ଝାରସୁଗୁଡାରେ ଚାଞ୍ଚଲ୍ୟ, ବିଚ୍‌ ରାସ୍ତାରେ ଯୁବକଙ୍କୁ ଗଳା କାଟି ହତ୍ୟା - ଝାରସୁଗୁଡା ଏସପି

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା । ବିଚ ରାସ୍ତା ଉପରେ ପଡିଛି ମୃତଦେହ । ଅଧିକ ପଢନ୍ତୁ...

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା
ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା
author img

By

Published : Jul 16, 2021, 10:24 AM IST

ଝାରସୁଗୁଡା: ଗଳାକାଟି ଯୁବକଙ୍କୁ ନିର୍ମମ ହତ୍ୟା । ହତ୍ୟାପରେ ବିଚ୍ ରାସ୍ତା ଉପରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହରର ବେହେରାମାଲ ମୁଢ଼ି ମିଲ ଗଳି ରାସ୍ତାରେ । ରାସ୍ତାରେ ମୃତଦେହ ପଡିଥିବା ବେଳେ ଆଜି ସକାଳୁ ପଥଚାରୀ ମାନେ ଏହା ଦେଖି ଝାରସୁଗୁଡା ପୋଲିସକୁ ଖବର ଦେଇଥିଲେ ।

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା

ଖବର ପାଇ ଘଟଣାସ୍ଥଳରେ ଝାରସୁଗୁଡା ଏସପି ବିକାଶ ଦାଶଙ୍କ ସହ ଏସଡିପିଓ, ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୋଲିସ ତଦନ୍ତ ପରେ ମୃତ ଯୁବକଙ୍କୁ ଚିହ୍ନଟ କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ମୁଙ୍ଗାପଡା ଅଞ୍ଚଳର ବିପିନ ସାହା । ତେବେ ଯୁବକଙ୍କୁ କିଏ, କାହିଁକି ଓ କେଉଁକାରଣକୁ କେନ୍ଦ୍ରକରି ଏପରି ନିର୍ମମ ହତ୍ୟାକରି ରାସ୍ତା ଉପରେ ପକାଇ ଦେଇଗଲା ସେନେଇ ଜଣାପଡିନାହିଁ ।

ବିପିନଙ୍କ ପକେଟରୁ 73 ହଜାର ଟଙ୍କା ରହିଥିବା ପୋଲିସ ଜାଣିବାକୁ ପାଇଛି । ଯୁବକ ଜଣଙ୍କ ବେକ ଓ ମୁଣ୍ଡରେ ଧାରୁଆ ଅସ୍ତ୍ରରେ କ୍ଷତ ଚିହ୍ନ ରହିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଝାରସୁଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.