ETV Bharat / state

ସାମାଜିକ ଦୂରତ୍ବ ନେଇ ଖଣିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - ସାମାଜିକ ଦୂରତ୍ବ

କୋରୋନା ମୁକାବିଲା ପାଇଁ ସମସ୍ତଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ସରକାର । ଯାହାକୁ ନେଇ କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକମାନେ ସାନିଟାଇଜର ଓ ସାମାଜିକ ଦୂରତା ଦାବି କରି କାମ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

workers strike in jharsuguda MCL
ସମସ୍ତ ସୁବିଧା ନଦେବା ଯାଏଁ ଖଣିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
author img

By

Published : Apr 7, 2020, 1:48 PM IST

ଝାରସୁଗୁଡ଼ା: କ୍ରମାଗତ ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚିନ୍ତାରେ ବିଶ୍ବବାସୀ । ତେବେ ସରକାର ଏନେଇ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି । ଏପଟେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଥିବା ଏମ. ସି. ଏଲ ପରିଚାଳିତ ଓରିଏଣ୍ଟ ଓ ବୁନ୍ଦିଆ ଭୂତଲ କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକମାନେ ସାନିଟାଇଜର ଓ ସାମାଜିକ ଦୂରତା ଦାବି କରି କାମ ବନ୍ଦ କରିଥିବା ଦେଖିବାକୁ ମିଳିଛି ।

ସମସ୍ତ ସୁବିଧା ନଦେବା ଯାଏଁ ଖଣିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କିନ୍ତୁ ସେପଟେ ଏମ ସି ଏଲ କୋଇଲା ଖଣି କର୍ତ୍ତୃପକ୍ଷ କୋଭିଡ଼19ର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଶ୍ରମିକଙ୍କ ଅଭିଯୋଗ ହୋଇଛି । ଫଳରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ଶ୍ରମିକମାନେ । ସେଥିପାଇଁ ନିଜ ସୁରକ୍ଷା ଦାବିରେ କାମ ବନ୍ଦ କରି ଖଣି ପରିସରରେ ଉପସ୍ଥିତ ରହିଛନ୍ତି ଏହି ଶ୍ରମିକମାନେ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.