ETV Bharat / state

ଜିଲ୍ଲା ବିଜେଡି ପକ୍ଷରୁ ମହିଳା ଦିବସ ପାଳିତ, ଦିପାଳୀଙ୍କ ସମର୍ଥନରେ ମହିଳାଙ୍କ ଜନସମୂଦ୍ର - ଦିପାଳୀଙ୍କ ସମର୍ଥନରେ ମହିଳାଙ୍କ ଜନସମୂଦ୍ର

ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଲଇକେରାରେ ମହିଳା ଦିବସ ପାଳିତ । ଆଗାମୀ ଉପନିର୍ବାଚନରେ ଦିପାଳୀଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ପ୍ରସ୍ତାବ । ଅଧିକ ପଢ଼ନ୍ତୁ

womens day celebration in jharsuguda
ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ମହିଳା ଦିବସ ପାଳିତ
author img

By

Published : Mar 10, 2023, 10:31 PM IST

ଜିଲ୍ଲା ବିଜେଡି ପକ୍ଷରୁ ମହିଳା ଦିବସ ପାଳିତ

ଝାରସୁଗୁଡ଼ା: ଲଇକେରା ବ୍ଲକ ଅନ୍ତର୍ଗତ ଲଇକେରା ମିନି ଷ୍ଟାଡିଅମ ଠାରେ ବିଜୁ ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏଥିରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ନବ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ ଏବଂ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଏକ ମିନିଟ ଧରି ନିରବ ପ୍ରାର୍ଥନା କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଦୀପାଳି ଦାସ ଯୋଗଦେଇ କହିଛନ୍ତି ଯେ, "ମହିଳା ଶକ୍ତିଶାଳୀ ହେଲେ ସମାଜର ଉନ୍ନତି ହେବ । ରାଜ୍ୟ ସରକାର ମହିଳାଙ୍କ ପାଇଁ ସଦାସର୍ବଦା ଚେଷ୍ଟିତ ରହିଛନ୍ତି । ନାରୀଶକ୍ତି ଚାହିଁଲେ ଏକ ସୁସ୍ଥ ସମାଜ ଗଠନ କରିପାରିବ । ତେଣୁ ଏହି ଅଞ୍ଚଳର ବିକାଶ ଏବଂ ସମସ୍ତ ନାରୀଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ସହଯୋଗ କାମନା କରୁଛି । " ଝାରସୁଗୁଡ଼ାର ବିକାଶ ପାଇଁ ନବ ଦାସ ସର୍ବଦା ଚେଷ୍ଟା କରିଆସୁଥିଲେ , ତେବେ ତାଙ୍କର ଅନୁପସ୍ଥିତିରେ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ଦିପାଳୀ ।

ସେ ଆହୁରି ମଧ୍ୟ କହିଛନ୍ତି, ଝାରସୁଗୁଡ଼ାର ବିକାଶ ପାଇଁ ସବୁବେଳେ ନବଙ୍କ ପରିବାର ଛିଡ଼ା ହୋଇଛି ଏବଂ ଆଗକୁ ମଧ୍ୟ ଠିଆ ହେବ । ଏଥିପାଇଁ ସମସ୍ତ ନାରୀଶକ୍ତିର ସହଯୋଗ ଓ ସମର୍ଥନ କାମନା କରିଥିଲେ । ମହିଳା ସଶକ୍ତି କରଣ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା, ନାରୀ ଶିକ୍ଷା, ନିଯୁକ୍ତି ତଥା ଆତ୍ମ ନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନାମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିବା ସହ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ଦିପାଳୀ ଦାସ କହିଛନ୍ତି । ତେବେ କିଛି ସମର୍ଥକ ତାଙ୍କ ବକ୍ତବ୍ୟରେ ଦିପାଳୀ ଦାସଙ୍କୁ ଆଗାମୀ ଉପନିର୍ବାଚନରେ ପ୍ରାର୍ଥୀ ରୂପେ ପାଇବା ପାଇଁ ଆହ୍ବାନ କରିଥିଲେ ।

ମହିଳାଙ୍କ ପାଇଁ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ମହିଳାଙ୍କ ସର୍ବାଙ୍ଗୀନ ବିକାଶ , ମହିଳାଙ୍କୁ ଶକ୍ତିଶାଳୀ, ମହିଳାଙ୍କୁ ସମାଜର କଲ୍ୟାଣ ନିମନ୍ତେ ଆଗ ଧାଡ଼ିରେ ସୁଯୋଗ ଦେଇ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ଦଳ ସର୍ବଦା ଠିଆ ହୋଇଛି l ତେବେ ମୁଖ୍ୟମନ୍ତ୍ରୀ ଯାହାକୁ ବାଛିବେ ନବଦାସଙ୍କ ପରିବାର ତାଙ୍କୁ ସମର୍ଥନ କରିବେ ବୋଲି ଦିପାଳୀ ଦାସ କହିଛନ୍ତି । ଏହି ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ, ଲଇକେରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ ,କୋଲାବିରା ଓ କିର୍ମିର ବ୍ଲକ ଅଧ୍ୟକ୍ଷ ସହ ସମାଜ ସେବୀ ଆନନ୍ଦିନୀ ପାଢ଼ୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.