ETV Bharat / state

ମହିଳାଙ୍କୁ ଗୁଳିକରି ହତ୍ୟା ଘଟଣା: 6 ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ - accused arrested

ମହିଳାଙ୍କୁ ଗୁଳିକରି ହତ୍ୟା ମାମଲାରେ ଝାରସୁଗୁଡା ପୋଲିସକୁ ବଡ଼ ସଫଳତା । 6 ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଦୁଇଟି ବନ୍ଧୁକ ସହ 8ଟି ଗୁଳି ଜବତ ହୋଇଛି । ଅଧିକ ଖବର ପଢନ୍ତୁ...

women-murder-case-jharsuguda accused arrested
ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା
author img

By

Published : Nov 28, 2019, 4:13 AM IST

ଝାରସୁଗୁଡା: ମହିଳାଙ୍କୁ ଗୁଳିକରି ହତ୍ୟା ମାମଲାରେ ଝାରସୁଗୁଡା ପୋଲିସକୁ ବଡ଼ ସଫଳତା । ଛଅ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗୋପାଳ ଯାଦବକୁ ସୁନ୍ଦରଗଡରୁ ଗିରଫ କରିଛି ପୋଲିସ । ଦୁଇଟି ବନ୍ଧୁକ ସହ 8ଟି ଗୁଳି ଜବତ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଏହି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା

ସୂଚନାଯୋଗ୍ୟ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସାରସମାଲ ରୋହିଦାସ ପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ମହିଳା ଜଣକ ଥିଲେ କନକଲତା ରୋହିଦାସ। ଖବର ପାଇ ଝାରସୁଗୁଡା ଏସପି ଅଶ୍ବିନୀ କୁମାର ମହାନ୍ତି, ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ସନ୍ଧାନୀ କୁକୁର ଓ ଏକ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

କନକଲତାଙ୍କ ଛାତିରେ ଗୁଳିବାଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାରେ ପଡିଥିବାବେଳେ ତାଙ୍କ ସ୍ବାମୀ ସାନନ୍ଦ ରୋହିଦାସ ଦେଖିବାକୁ ପାଇଥିଲେ ଏବଂ ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି ରଖି ଶେଷରେ ସୁନ୍ଦରଗଡରୁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ସେ କେଉଁ କାରଣରୁ ହତ୍ୟା କରିଛି ତାହା ପୋଲିସର ଖୋଡତାଳ ପରେ ହିଁ ଜଣାପଡିବ ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

Intro:ଗୁଳିକରି ହତ୍ୟା ମାମଲାରେ ଝାରସୁଗୁଡା ପୋଲିସ କୁ ବଡ଼ ସଫଳତା ମିଳିଛି । ଛଅ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗୋପାଳ ଯାଦବ କୁ ସୁନ୍ଦରଗଡ ରୁ ଗିରଫ କରିଛି ।ଅଭିଯୁକ୍ତ ଠାରୁ ଦୁଇଟି ବନ୍ଧୁକ ସମେତ 8ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ସୂଚନାଯୋଗ୍ୟ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସାରସମାଲ ରୋହିଦାସ ପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ମହିଳା ଜଣକ ଥିଲେ କନକଲତା ରୋହିଦାସ। ଖବର ପାଇ ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି, ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ସନ୍ଧାନୀ କୁକୁର ଓ ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କନକଲତାଙ୍କ ଛାତିରେ ଗୁଳିବାଜି ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାରେ ପଡିଥିବା ତାଙ୍କ ସ୍ୱାମୀ ସାନନ୍ଦ ରୋହିଦାସ ଦେଖିବାକୁ ପାଇଥିଲେ ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

ବାଇଟ1:ହିମାଂଶୁ ଲାଲ, ଡିଆଇଜି ଉତ୍ତରାଞ୍ଚଳ ।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.