ETV Bharat / state

ମଦ ମାଫିଆଙ୍କ ବିରୋଧରେ ବାହାରିଲେ ମହିଳା

ଓଡିଶା-ଛତିଶଗଡ଼ ସୀମାନ୍ତ ବଡଧରା ଗାଁରେ ମଦ ମାଫିଆଙ୍କ ଦାଦାଗିରି । ବେଆଇନ ମଦ କାରବାରକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କଲେ ମାଫିଆ । ଫଳରେ ଏଥିରେ 3 ଜଣ ଗୁରୁତର ହୋଇଛନ୍ତି । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Apr 13, 2019, 3:33 PM IST

ଝାରସୁଗୁଡା: ଓଡିଶା- ଛତିଶଗଡ ସୀମାନ୍ତ ରେଙ୍ଗାଲି ଥାନା ଅଧିନସ୍ଥ ବଡଧରା ଗାଁରେ ଚାଲିଛି ବେଧଡକ ଦେଶୀ ମଦ କାରବାର । ସରକାରଙ୍କ ସବୁ ନିୟମକୁ ଫୁ କରି ବେଆଇନ ଭାବେ ଚାଲିଛି ମଦ କାରବାର । ଏହାକୁ ପ୍ରତିବାଦ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଗ୍ରାମବାସୀ । ଯାହାକୁ ବିରୋଧ କରି ଉକ୍ତ ଗ୍ରାମର ଶହ ଶହ ମହିଳା ଧାରଣାରେ ବସିବା ସହ ମଦ ମାଫିଆଙ୍କୁ ଗିରଫ କରିବା ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ହେମକୁମାର ପ୍ରଧାନଙ୍କ ସହ କେତକ ଗ୍ରାମବାସୀ ଖଜୁରିଆପଡ଼ା ଅଞ୍ଚଳକୁ ଯାଇ ବେଆଇନ ମଦ ରନ୍ଧା କାରବାରକୁ ଦୃଢ଼ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମଦ ରାନ୍ଧିବାରେ ସମ୍ପୃକ୍ତ ଥିବା ବ୍ୟକ୍ତି ସେମାନଙ୍କୁ ଠେଙ୍ଗା ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହାକୁ ବିରୋଧ ଉକ୍ତ ଅଞ୍ଚଳର ଶହ ଶହ ମହିଳା ଶୋଭାଯାତ୍ରାରେ ଆସି କନକତୋରା ବିଟ ହାଉସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଘଟଣା ସ୍ଥଳକୁ ବ୍ରଜରାଜନଗର SDPO ନୃପଚରଣ ଦଣ୍ଡସେନା ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରି ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଝାରସୁଗୁଡା ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.