ETV Bharat / state

ସାମାନ୍ୟ ବର୍ଷାରେ ବେହାଲ ଝାରସୁଗୁଡ଼ାର ମୁଖ୍ୟ ରାସ୍ତା - ଝାରସୁଗୁଡ଼ାରେ ବର୍ଷା

ସାମାନ୍ୟ ବର୍ଷାରେ ବେହାଲ ଝାରସୁଗୁଡ଼ାର ମୁଖ୍ୟ ରାସ୍ତା । ରାସ୍ତାର ମରାମତି କାର୍ଯ୍ୟ ଠିକ ଭାବରେ ହୋଇନଥିବା ଅଭିଯୋଗ କଲେ ସହରବାସୀ । ଅଧିକ ପଢନ୍ତୁ

ସାମାନ୍ୟ ବର୍ଷାରେ ବେହାଲ ଝାରସୁଗୁଡ଼ାର ମୁଖ୍ୟ ରାସ୍ତା

author img

By

Published : Jul 4, 2022, 12:09 PM IST

ଝାରସୁଗୁଡ଼ା: ପାଣିରେ ଭାସିବ କି ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲା ? କାହିଁକିନା ସାମାନ୍ୟ ବର୍ଷାରେ ବେହାଲ ଜିଲ୍ଲାର ମୁଖ୍ୟ ରାସ୍ତା । ସହରାଞ୍ଚଳର ଝଣ୍ଡାଛକ ଠାରୁ ସରବାହାଲ ଯାଏଁ ରହିଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଏହାର ଲମ୍ବ ୨ କିଲୋମିଟର ହୋଇଥିବା ବେଳେ ବର୍ଷା ହେଲେ ଉଭୟ ପାର୍ଶ୍ବରେ ଜମି ରହୁଛି ଆଣ୍ଠୁଏ ପାଣି । ଫଳରେ ରାସ୍ତାର ମରାମତି କାର୍ଯ୍ୟ ଠିକ ଭାବରେ ହୋଇନଥିବା ଅଭିଯୋଗ କରୁଛନ୍ତି ସହରବାସୀ । ଏହି ରାସ୍ତାର ପ୍ରଶସ୍ତି କରଣ ପାଇଁ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରିଥିଲା ଜିଲ୍ଲା ପ୍ରଶାସନ । ଏହାପରେ ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ସଂପ୍ରସାରଣ କରାଯାଇଥିଲା । କିନ୍ତୁ ଠିକ ଭାବରେ ଏହି କାର୍ଯ୍ୟ କରାଯାଇନଥିବାରୁ ପ୍ରଶାସନ ଓ ପିଡବ୍ଲୁଡି ବିଭାଗକୁ ଦାୟୀ କରିଛନ୍ତି ସହରାଞ୍ଚଳର ବାସିନ୍ଦା ।

ସାମାନ୍ୟ ବର୍ଷାରେ ବେହାଲ ଝାରସୁଗୁଡ଼ାର ମୁଖ୍ୟ ରାସ୍ତା

ଏହି ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଇଥିବାରୁ ବର୍ଷା ହେଲେ ସ୍ଥିତି ଏପରି ଉପୁଜୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଆଗକୁ ବର୍ଷା ଦିନ ଆହୁରି ବାକି ଅଛି । ବର୍ଷା ଆରମ୍ଭରୁ ଯଦି ଏଭଳି ଅବସ୍ଥା ତେବେ ଆଗକୁ କଣ ହେବ ଏହି ଦୃଶ୍ୟରୁ ବେଶ ପରଖି ହେଉଛି । ତେବେ ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରିବ ଏବେ ତାକୁ ହିଁ ଅପେକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.