ETV Bharat / state

ସ୍କୁଲରେ ବାଜିଲା ୱାଟର ବେଲ, ପିଲାଙ୍କୁ ବଣ୍ଟାହେଲା ବୋତଲ

author img

By

Published : Dec 11, 2019, 6:53 PM IST

ଝାରସୁଗୁଡା ମନମୋହନ ଏମଇ ସ୍କୁଲରେ ଆଜିଠୁ ପାଣି ପିଇବାକୁ ୱାଟର ବେଲ ଆରମ୍ଭ ହୋଇଛି । ଏହାସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ଓ ଘଣ୍ଟି ମଧ୍ୟ ଦିଆଯାଇଛି । 16 ତାରିଖରୁ ସବୁ ସ୍କୁଲରେ ଏହି ନିୟମ ଲାଗୁହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।

water bell in school
ସ୍କୁଲରେ ବାଜିଲା ୱାଟର ବେଲ, ବଣ୍ଟାହେଲା ବୋତଲ ଓ ଘଣ୍ଟି

ଝାରସୁଗୁଡା: ସ୍କୁଲରେ ପାଣି ପିଇବାକୁ ବାଜିଲା ଘଣ୍ଟି। ପୂର୍ବରୁ ଝାରସୁଗୁଡାର ଜୟଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ଆଜିଠୁ ପରୀକ୍ଷାମୂଳକ ଭାବରେ ପୌରାଞ୍ଚଳରେ ଏହି ଯୋଜନା ଆରମ୍ଭ ହୋଇଛି ।

ଆଜି ଦିନ 11ଟା 15 ମିନିଟ୍‌ରେ ପ୍ରଥମ ଘଣ୍ଟି ମନମୋହନ ଏମଇ ସ୍କୁଲରେ ବଜାଇ ଆରମ୍ଭ ହୋଇଛି ଏହି ଯୋଜନା । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ମଧ୍ୟ ଯୋଗାଇ ଦିଆଯାଇଛି । କେବଳ ଏତିକି ନୁହେଁ ଏହାସହ ଏକ ଘଣ୍ଟି ମଧ୍ୟ ସ୍କୁଲକୁ ପ୍ରଦାନ କରାଯାଇଛି ।

ଆସନ୍ତା 16 ତାରିଖରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକରେ ଏହି ସତର୍କ ଘଣ୍ଟି ବାଜିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଏହାସହ ସମସ୍ତ ସ୍କୁଲକୁ ପାଣି ବୋତଲ ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପାଠପଢା ଚାଲିଥିବାବେଳେ ଅନ୍ତତଃ ତିନି ଥର ପାଣି ପିଇବା ପାଇଁ ସତର୍କ ଘଣ୍ଟି ବା ୱାଟର ବେଲ ବାଜିବ ବୋଲି ଜିଲ୍ଲାଧିକାରୀ କହିଛନ୍ତି । ଏହାସହ ଏକ ଅଡିଟ ପ୍ରୋଗ୍ରାମ ମଧ୍ୟ ରହିବ, ଯେଉଁମାନେ ଏହି ନିୟମ ପ୍ରତ୍ୟେକ ସ୍କୁଲରେ ଲାଗୁ ହେଉଛି ନା ନାହିଁ ଏହା ଚେକ କରିବେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ ସ୍କୁଲ ରେ ଆଜିଠାରୁ ଆରମ୍ଭ ହେବ water bell।ପାଠପଢା ଚାଲିଥିବା ବେଳେ ଅନ୍ତତଃ ଦୁଇଥର ଲେଖାଏଁ ପିଲା ମାନଙ୍କୁ ପାଣି ପିଇବା ପାଇଁ ସତର୍କ ଘଣ୍ଟି ବାଜିବ।ପରୀକ୍ଷାମୂଳକ ଭାବେ ଝାରସୁଗୁଡା ପୋୖରାଞ୍ଚଳ ରେ ଆଜିଠାରୁ ଆରମ୍ଭ ହେଉଛି ଏହି ଯୋଜନା ।ଆଜି ଦିନ 11 ଟା 15 ମିନିଟରେ
ପ୍ରଥମ ଘଣ୍ଟି ମନମୋହନ ଏମ ଇ ସ୍କୁଲରେ ବଜାଇ ଆରମ୍ଭ ହୋଇଛି ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଙ୍କୁ ପାଣି ବୋତଲ ଯୋଗାଇ ଦିଆଯାଇଛି।16 ତାରିଖ ପରେ ଜିଲ୍ଲାର ସମସ୍ତ ସ୍କୁଲ କୁ ପାଣି ବୋତଲ ଯୋଗାଇ ଦିଆଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

byte1:-ପ୍ରଗତି ତନ୍ତୀ , ଛାତ୍ରୀ
byte2:- ପ୍ରଶାନ୍ତ ନନ୍ଦ , ଅଭିଭାବକ
Byte3:- ମିତ୍ରଭାନୁ କଛପ , ଜିଲ୍ଲା ଶିକ୍ଷା ଅଧିକାରୀBody:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.