ETV Bharat / state

ଝାରସୁଗୁଡ଼ା ହତ୍ୟାକାଣ୍ଡ: ଜଘନ୍ୟକାଣ୍ଡ ପାଇଁ ମଦବିକ୍ରି ଦାୟୀ, ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି - ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବେଆଇନ ମଦ ବିକ୍ରି ଯୋଗୁଁ ହିଂସାକାଣ୍ଡ ଘଟୁଥିବାରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ମହିଳା। ଅଧିକ ପଢନ୍ତୁ

action against killer
action against killer
author img

By

Published : Jul 5, 2023, 10:46 AM IST

ଝାରସୁଗୁଡ଼ା ହତ୍ୟାକାଣ୍ଡ

ଝାରସୁଗୁଡା: ପୁତୁରାର କଟୁରୀ ଆକ୍ରମଣରେ ମଉସାର ମୃତ୍ୟୁ ହୋଇଥିବା ଘଟଣା । ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଓ ଏକାତାଲି ଅଞ୍ଚଳରେ ବେଆଇନ ମଦ ବିକ୍ରି ଯୋଗୁଁ ହିଂସାକାଣ୍ଡ ଘଟୁଥିବାରୁ ଏହାକୁ ବିରୋଧ କରି ଆଜି ସ୍ଥାନୀୟ ମହିଳାମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, ଝାରସୁଗୁଡା ସଦର ଥାନା ଅଞ୍ଚଳରେ ଗତ ଶନିବାର ଦିନ ସାମାନ୍ୟ କଥାକୁ କେନ୍ଦ୍ରକରି ମଉସାକୁ ହତ୍ୟା କରିଥିଲା ପୁତୁରା। ମଉସା ସହ ତାଙ୍କ ଦୁଇ ପୁତ୍ରକୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲା । ତେବେ ଏହି ଜଘନ୍ୟ କାଣ୍ଡ ଘଟିବାରୁ ଆଖପାଖ ଅଞ୍ଚଳ ସହିତ ବିଟିଏମ୍ ଓ ଏକାତାଲି ଗ୍ରାମବାସୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏଭଳି କାଣ୍ଡ ଘଟିବାର ମୂଳ କାରଣ ବେଆଇନ ମଦ ବ୍ୟବସାୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରାଧୀ ସମାଜର ବ୍ୟକ୍ତିମାନେ ମଦ୍ୟପାନ କରିବା ପରେ ନିଜର ହିତାହିତ ଜ୍ଞାନ ହରାଇ ଏଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି । ତେଣୁ ଏହି ଅସାମାଜିକ ଆଡ୍ଡା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତକାଲି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମହିଳାମାନଙ୍କ ଅଭିଯୋଗ ଅନୁସାରେ ବିଟିଏମ ଓ ଏକାତାଲି ଅଞ୍ଚଳରେ ବହୁତ ଗୁଡିଏ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି । ଯାହାଦ୍ଵାରା ସେହି ଅଞ୍ଚଳମାନଙ୍କରେ ଅସାମାଜିକ କାର୍ଯ୍ୟ ବଢି ଚାଲିଛି । ଏହାକୁ ନେଇ ଗତକାଲି ସ୍ଥାନୀୟ ମହିଳାମାନେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମଦ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ମୃତ ସୀତାରାମ ବଞ୍ଛୋରଙ୍କ ଝିଅ । ଗତ ଶନିବାର ଦିନ ସାମାନ୍ୟ କଥାକୁ କେନ୍ଦ୍ରକରି ମଉସାକୁ ହତ୍ୟା କରିବ ସହିତ ମଉସାଙ୍କ ଦୁଇ ପୁଅକୁ ହତ୍ୟା ଉଦ୍ୟମ କରିଥିଲା । ଏହାକୁ ନେଇ ଗତକାଲି ମୃତ ସୀତାରାମଙ୍କ ଝିଅ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେହି ଅଞ୍ଚଳରୁ ବାସନ୍ଦ କରିବା ପାଇଁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସାମାନ୍ୟ ବଚସାରୁ ରକ୍ତପାତ, ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା

ପ୍ରକାଶ ଥାଉକି, ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଠାରେ ଶୁକ୍ରବାର ରାତି ପ୍ରାୟ 8ଟା ସମୟରେ ସୀତାରାମ ବଞ୍ଛୋର ଚିକେନ ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ପୁତୁରା ସହ କୌଣସି କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା । ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ନେଇଥିଲା । ଉତକ୍ଷିପ୍ତ ହୋଇ ପାଖରେ ଥିବା ମାଂସକଟା କଟୁରୀରେ ପୁତୁରା ମଉସାକୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା । ଏହାପରେ ସୀତାରାମଙ୍କ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବଞ୍ଛୋର ଓ ଶିବା ବଞ୍ଛୋର ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉଭୟ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଘଟଣାସ୍ଥଳରୁ ହତ୍ୟାକାରୀ ଫେରାର ହୋଇଯାଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.