ETV Bharat / state

Manipur Violence: ଆଦିବାସୀ ସଂଘ ପକ୍ଷରୁ ପ୍ରତିବାଦ ସଭା

author img

By

Published : Jul 28, 2023, 10:25 PM IST

ଝାରସୁଗୁଡ଼ା ବସଷ୍ଟାଣ୍ଡଠାରେ ଆଦିବାସୀ ସଂଘ ପକ୍ଷରୁ ମଣିପୁର ହିଂସା ଘଟଣାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବିଭିନ୍ନ ସଂଘ ଏହି ପ୍ରତିବାଦ ସଭାକୁ ସମର୍ଥନ କରିଥିବା ଜଣାପଡିଛି। ଅଧିକ ପଢନ୍ତୁ

ଆଦିବାସୀ ସଂଘ ପକ୍ଷରୁ ପ୍ରତିବାଦ ସଭା
ଆଦିବାସୀ ସଂଘ ପକ୍ଷରୁ ପ୍ରତିବାଦ ସଭା

ଆଦିବାସୀ ସଂଘ ପକ୍ଷରୁ ପ୍ରତିବାଦ ସଭା

ଝାରସୁଗୁଡ଼ା: ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ତେବେ ଏଥିରୁ ବାଦ ପଡ଼ିନାହିଁ ଝାରସୁଗୁଡ଼ା ଜିଲ୍ଲା । ଝାରସୁଗୁଡ଼ା ବସଷ୍ଟାଣ୍ଡଠାରେ ଆଦିବାସୀ ସଂଘ ପକ୍ଷରୁ ଏନେଇ ଆଜି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ମଣିପୁରରେ ହୋଇଥିବା ସ୍ପର୍ଶକାତର ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ତେବେ ବିଭିନ୍ନ ସଂଘ ଏହି ପ୍ରତିବାଦ ସଭାକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ମଣିପୁର ହିଂସା ବିରୁଦ୍ଧରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ମଣିପୁରରେ ଦଳିତ ମାନଙ୍କ ଉପରେ ହିଂସା ବିରୋଧରେ ଜନ ସଂଗଠନ ତରଫରୁ ପ୍ରତିବାଦ କରଯାଇଛି । ମଣିପୁରରେ ଗତ କିଛି ମାସ ହେଲା ଜାତି ଧର୍ମ ଓ ବିଭିନ୍ନ ସମସ୍ୟାକୁ ନେଇ ହିଂସା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହି ଘଟଣାକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଥିବାବେଳେ ଦଳିତ ମହିଳାଙ୍କୁ ଅତ୍ୟାଚାର ଘଟଣା ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଛି। ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଦଳିତ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ସମସ୍ତଙ୍କ ସାମ୍ନାରେ ପରେଡ କରାଯିବା ସହ ଦୁଷ୍କର୍ମ ମଧ୍ୟ ହୋଇଥିଲା । ଏହା ପରେ ପୁରା ଦେଶରେ ଜନ ଆକ୍ରୋଶ ଦେଖିବାକୁ ମିଳିଛି।

ତେବେ ମଣିପୁରେ ଦଳିତ ମହିଳାଙ୍କୁ ଏଭଳି ନିର୍ଯାତନାକୁ ନେଇ ବିଭିନ୍ନ ଜନ ସଂଗଠନ ତରଫରୁ ପ୍ରତିବାଦ କରାଯାଇଛି। ଆଜି ଝାରସୁଗୁଡ଼ା ପୁରୁଣା ବସ ଟର୍ମିନାଲ ପାଖରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିଭିନ୍ନ ଜନ ସଂଗଠନ ତରଫରୁ ବିକ୍ଷୋଭ ଓ ଅଭିଯୁକ୍ତଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜନ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...manipur violence: ଦୋଷୀଙ୍କୁ ଫାଶୀ, ମୋଦିଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ ପାଇଁ ଉଲ୍ଲେଖ ରହିଛି। ଏହାସହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ମଧ୍ୟ ଦାବି କରିଛନ୍ତି ସଂଗଠନର ସଦସ୍ୟ। ଏଥିରେ ସମାଜସେବୀ ଲକ୍ଷ୍ମିଚରଣ ପାଲ୍, ଅନନ୍ତ ପଣ୍ଡା, ରବୀନ୍ଦ୍ର ଷୋହେଲା, ପ୍ରଭାକର ଓରାମ, ଯୋଗେନ୍ଦ୍ର ମାଝୀ, ଇଲାବିସ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମଣିପୁର ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ତେଜିଛି। ଅନେକ ଦଳ ଓ ସଂଗଠନ ପକ୍ଷରୁ ଏହି ଘଟଣାକୁ ତୀବ୍ର ବିରୋଧ କରାଯିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ ପାଇଁ ଦାବି ହୋଇଛି।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.