ETV Bharat / state

ଭୋଟ ଗଣତି ପାଇଁ ଝାରସୁଗୁଡାରେ ଆରମ୍ଭ ହେଲା ପ୍ରଶିକ୍ଷଣ

ଆସନ୍ତା 23 ତାରିଖରେ ଆସିବ ନିର୍ବାଚନ ଫଳାଫଳ। ଭୋଟ ଗଣତି ପାଇଁ ସବୁ ଜିଲ୍ଲାରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଝାରସୁଗୁଡାରେ ମଧ୍ୟ ଆରମ୍ଭ ହୋଇଛି ଗଣତି ପାଇଁ ପ୍ରଶିକ୍ଷଣ ।

author img

By

Published : May 17, 2019, 12:02 AM IST

Updated : May 17, 2019, 7:29 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଆସନ୍ତା 23 ତାରିଖରେ ଆସିବ ନିର୍ବାଚନ ଫଳାଫଳ। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଓ ବ୍ରଜରାଜନଗରରେ ଗତ ଏପ୍ରିଲ 18ରୁ ନିର୍ବାଚନ ସରିଥିବା ବେଳେ ଇଭିଏମ୍ ସିଲ କରାଯାଇ କଡା ସୁରକ୍ଷା ବଳୟ ଭିତରେ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ରଖାଯାଇଛି । ଭୋଟ ଗଣତି ସକାଶେ ଜିଲ୍ଲାରେ 192 ଜଣ କର୍ମଚାରୀଙ୍କ ପାଇଁ 3 ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହି ପ୍ରଶିକ୍ଷଣ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି । ଭୋଟ ଗଣନା ପାଇଁ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 7ଟି ଲେଖାଏଁ ଟେବୁଲ କରାଯାଇ ଥିବା ବେଳେ ଲୋକସଭା ପାଇଁ 14ଟି ଟେବୁଲର ବ୍ୟବସ୍ଥା ହୋଇଛି । ଏଥିପାଇଁ ପ୍ରତ୍ୟେକ ଟେବୁଲରେ 3ଜଣ ଲେଖାଏଁ କର୍ମଚାରୀ ଦାୟିତ୍ୱରେ ରହିବେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ପରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର 5ଟି ଲେଖାଏଁ ଭିଭିପାଟର ଗଣତି କରାଯିବ। ଏଥିରେ କୌଣସି ତ୍ରୁଟି ଦେଖାଦେଲେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯିବା ନେଇ ସୂଚନା ରହିଛି । ଏହି ସୂଚନା ଦେବା ଅବସରରେ ଭୋଟ ଫଳାଫଳ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ରିଟର୍ଣ୍ଣିଂ ଅଫିସର ଶିବ ଟପ୍ପୋ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:Body:

prabir

Conclusion:
Last Updated : May 17, 2019, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.