ETV Bharat / state

ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଝାରସୁଗୁଡ଼ାବାସୀ, ସମାଧାନ ପାଇଁ ଦାବି

author img

By

Published : Jan 11, 2022, 9:49 PM IST

ଝାରସୁଗୁଡ଼ା ସହରାଞ୍ଚଳରେ ଦୀର୍ଘ ଦଶନ୍ଧି ଧରି ଲାଗି ରହିଛି ଟ୍ରାଫିକ ସମସ୍ୟା । ସମାଧାନ ପାଇଁ ଦାବି । ଅଧିକ ପଢନ୍ତୁ

ଦୀର୍ଘ ଦଶନ୍ଧି ଧରି ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଝାରସୁଗୁଡ଼ାବାସୀ, ସମାଧାନ ପାଇଁ ଦାବି

ଝାରସୁଗୁଡା: ଶିଳ୍ପ ନଗରୀ ଝାରସୁଗୁଡ଼ା ଜିଲ୍ଲା ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ରାଜ୍ୟ ବାହାରୁ ଲୋକେ ଏଠାକୁ ଆସି ନିଜର ପେଟପାଟଣା ଗୁଜୁରାଣ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କରେ କାମ କରନ୍ତି । ଫଳରେ ଜିଲ୍ଲାରେ ଜନସଂଖ୍ୟା ବୃଦ୍ଧି ହେଉ ଥିବାବେଳେ ଗାଡ଼ି ମୋଟର ଚଳାଚଳ ମଧ୍ୟ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଗୋଟିଏ ପଟେ ଝାରସୁଗୁଡ଼ା ସହର ବିକାଶ ଧାରାରେ ଆଗେଇ ଚାଲି ଥିବାବେଳେ ଅନ୍ୟପଟେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ତେବେ ଟ୍ରାଫିକ ସମସ୍ୟା ଏଠାରେ ନୂଆ ନୁହଁ । ଦୀର୍ଘ ଦଶନ୍ଧି ଧରି ଏହି ଟ୍ରାଫିକ ସମସ୍ୟା ଲାଗି ରହିଛି । ସହରର ଝଣ୍ଡାଛକରୁ ବସଷ୍ଟାଣ୍ଡ ଯାଏଁ ରହିଛି ମେନ୍ ରୋଡ଼ । ରାସ୍ତାକଡ଼ରେ ରହିଛି ଦୋକାନ ବଜାର । କିନ୍ତୁ ଦୋକାନଗୁଡିକରେ ମଧ୍ୟ ପାର୍କିଂ ସୁବିଧା ନାହିଁ । ଦୋକାନୀମାନେ ନିଜ ବ୍ୟବସାୟକୁ ସୁଦୃଢ଼ କରିବା ସକାଶେ ରାସ୍ତାକଡ଼ରେ ଥିବା ଡ୍ରେନେଜକୁ ମଧ୍ୟ କବ୍ଜା କରିଥିବା ନଜରକୁ ଆସିଛି ।

ଦୋକାନ ସମ୍ମୁଖରେ ଗାଡ଼ି ମୋଟର ପାର୍କିଂ କରୁଥିବା ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହେଇଯାଉଛି । ଯଦ୍ବାରା ଟ୍ରାଫିକ ସମସ୍ୟା ଭଳି ପରିସ୍ଥିତି ଦେଖାଯାଉଛି । ତେବେ ଜନସାଧାରଣଙ୍କ କହିବା ଅନୁଯାୟୀ ଯଦି ଭେଣ୍ଡିଂ ଜୋନର ବ୍ୟବସ୍ଥା କରାଯାଆନ୍ତା, ଟ୍ରାଫିକ ସମସ୍ୟାରେ କିଛି ମାତ୍ରାରେ ସମାଧାନ ହୋଇପାରନ୍ତା ।

ଅପରପକ୍ଷରେ ପୋଲିସ ପ୍ରଶାସନ ସହରର ବିଭିନ୍ନ ଛକମାନଙ୍କରେ ଟ୍ରାଫିକ ପୋଲିସ, ହୋମଗାର୍ଡ ଏବଂ କନଷ୍ଟେବଳମାନଙ୍କୁ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ କରିଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ଏହା ସହିତ ଟ୍ରାଫିକ ନିୟନ୍ତ୍ରଣ କରିବା ଝାରସୁଗୁଡ଼ା ଭଳି ବ୍ୟସ୍ତବହୁଳ ସହରରେ ଏହା କାଠିକର ପାଠ ହୋଇପଡିଛି । ପୌରପରିଷଦ ଏ ଦିଗରେ ତତ୍ପରତା ଦେଖାଇ ଭେଣ୍ଡିଂ ଜୋନ ବ୍ୟବସ୍ଥା କରାଇଲେ ଟ୍ରାଫିକ ସମସ୍ୟା ଉପରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଏଦିଗ ଉପରେ କାର୍ଯ୍ୟ ଆଗେଇ ଚାଲିଛି ଏବଂ ଭେଣ୍ଡିଂ ଜୋନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଯଥା ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଝାରସୁଗୁଡ଼ା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ତେବେ କେବେ ଭେଣ୍ଡିଂ ଜୋନ ପ୍ରସ୍ତୁତ ଏବଂ ଟ୍ରାଫିକ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.