ETV Bharat / state

ପୋଲିସ ପଞ୍ଝାରେ ୩ ଆନ୍ତଃରାଜ୍ୟ ଚୋର, ଛତିଶଗଡ଼ରୁ ଆସି ଝାରସୁଗୁଡ଼ାରେ ଆତଙ୍କ ଖେଳାଇଥିଲେ

author img

By

Published : Jun 19, 2023, 12:38 PM IST

ଛତିଶଗଡ଼ କୋର୍ବାରୁ ଏକାକି ଟ୍ରେନରେ ଝାରସୁଗୁଡା ଆସି ଚୋରି କରୁଥିବା ଚୋରକୁ ଧରିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

ହାପ୍‌ ପ୍ୟାଣ୍ଟ ଓ ଗାମୁଛା ପିନ୍ଧି ଚୋରି
ହାପ୍‌ ପ୍ୟାଣ୍ଟ ଓ ଗାମୁଛା ପିନ୍ଧି ଚୋରି

ହାପ୍‌ ପ୍ୟାଣ୍ଟ ଓ ଗାମୁଛା ପିନ୍ଧି ଚୋରି

ଝାରସୁଗୁଡା: ଝାରସୁଗୁଡା ଟାଉନ ଥାନା ପୋଲିସ ପୋଲିସକୁ ବଡ ସଫଳତା । ଛତିଶଗଡ଼ କୋର୍ବାରୁ ଝାରସୁଗୁଡା ଆସି ଚୋରି କରୁଥିବା ଏକ ଚୋରକୁ ଧରିଛି ଟାଉନ ଥାନା ପୋଲିସ । ଛତିଶଗଡ଼ କୋର୍ବା ଅଞ୍ଚଳର ଅଭିଯୁକ୍ତ ଗଣେଶ ମୋର୍ଯ୍ୟ ସହ ଅନ୍ୟ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ନଗଦ 29 ହଜାର ଟଙ୍କା, 20 ଗ୍ରାମ ସୁନା ଓ 50 ଗ୍ରାମ ରୂପା ଅଳଙ୍କାର, 17ଟି ମୋବାଇଲ ଓ ଘର ଭାଙ୍ଗିବା ଉପକରଣ ଜବତ କରାଯାଇଛି ।

ଗତ 8ରୁ 10 ବର୍ଷ ଧରି ଝାରସୁଗୁଡାରେ ରାତ୍ରିରେ ନିୟମିତ ଚୋରି କରିବା ପରେ ଅଭିଯୁକ୍ତ ଟ୍ରେନ ଯୋଗେ କୋର୍ବା ନିଜ ଘରକୁ ଫେରି ଯାଉଥିଲା । ଝାରସୁଗୁଡା ଜିଲ୍ଲା ବାଗଡିହିର ମୂଳ ବାସିନ୍ଦା ଥିବା ଗଣେଶ ମୋର୍ଯ୍ୟ 10 ବର୍ଷ ପୂର୍ବେ ଛତିଶଗଡ଼ର କୋର୍ବା ଅଞ୍ଚଳରେ ରହି ଆସୁଛି । କୋର୍ବାରୁ ଟ୍ରେନ୍‌ ଯୋଗେ ଝାରସୁଗୁଡାରେ ରାତ୍ରି 8ଟାରେ ପହଞ୍ଚୁଥିଲା । ଏକ ହାପ ପ୍ୟାଣ୍ଟ, ଗାମୁଛା ପିନ୍ଧି ପାନା,ପ୍ଲାସ ଓ ଅନ୍ୟାନ୍ୟ ଉପକରଣ ଧରି ସାହି ଗଳିରେ ଏକାକୀ ବୁଲିବା ସହ ବିଭିନ୍ନ ଘରକୁ ନଜର କରୁଥିଲା । ଘରେ କେହି ନଥିବା ଜାଣିଲେ ସେହି ଘରେ ପଶି ଚୋରି କରୁଥିଲା ।

ଏହା ମଧ୍ୟ ପଢନ୍ତୁ- ପୋଲିସ କର୍ମୀଙ୍କ ଘରୁ ଚୋରି, ଗହଣା ସମେତ ଟଙ୍କା ଲୁଟି ନେଲେ

ବର୍ଷ ବର୍ଷ ଧରି ଚୋରି କରିବା ପରେ ଝାରସୁଗୁଡା ସହର ପାହାଡ଼ି ମନ୍ଦିର ନିକଟ ଏକ ଗଳିରେ ରହୁଥିବା ତୃଷିତ କୁମାରଙ୍କ ଘରକୁ ପଶି ଚୋରି କରିବା ପରେ ଥାନାରେ କେସ ହେବାରୁ ପୋଲିସ ତଦନ୍ତ ଚଳାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଏମିତି କୌଶଳରେ ଅନେକ ଚୋରି ହୋଇଥିବାରୁ ପୋଲିସ ଅଧିକ ତଦନ୍ତ କରି ଚୋର ଗଣେଶକୁ କୋର୍ବାରୁ ଗିରଫ କରିଥିଲା । ଏହାପରେ ଚୋରି ସାମଗ୍ରୀ ନିୟମିତ କିଣିବା ଅଭିଯୋଗରେ କୋର୍ବା ଅଞ୍ଚଳର ବିନୋଦ କୁମାର ଓ ପ୍ରବୀଣ ଯାଦବ ନାମକ 2ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ସେମାନଙ୍କଠାରୁ 40ରୁ ଅଧିକ ମୋବାଇଲ, ସୁନା ରୂପା, ATM, ପାସବୁକ ଓ ନଗଦ 29 ହଜାର ଟଙ୍କା ଜବତ କରିଛି ।

ପ୍ରକାଶ ଥାଉକି, ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଜଝାଙ୍ଗ ଅଞ୍ଚଳରେ ପୋଲିସ କର୍ମଚାରୀଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବସ୍‌ଷ୍ଟାଣ୍ଡସ୍ଥିତ ଏକ ନମ୍ବର ଫାଣ୍ଡି କନେଷ୍ଟବଳ ବିମଳେନ୍ଦୁ ପାଢ଼ୀଙ୍କ ଘରେ ପଶି ଚୋରମାନେ ସୁନାଗହଣା ସମେତ ନଗଦ ୪୦ ହଜାର ଟଙ୍କା ଚୋରି କରି ନେଇଥିଲେ ଦୁର୍ବୃର୍ତ୍ତ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.