ETV Bharat / state

ପ୍ରତିଶୃତିରେ ବିଜୁବାବୁଙ୍କ ସରକାରୀ କଲେଜ, ପଡ଼ୋଶୀ ରାଜ୍ୟ ମୁହାଁ ଛାତ୍ରଛାତ୍ରୀ

author img

By

Published : Aug 8, 2022, 5:55 PM IST

ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକଳ ରୂପ । ସରକାରୀ କଲେଜ ନଥିବାରୁ ଛତିଶଗଡ଼ ମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । ୨୮ ବର୍ଷ ହେଲା ସରକାରୀ କଲେଜ ଅପେକ୍ଷାରେ ଝାରସୁଗୁଡାବାସୀ । 1994 ମସିହାରେ ସମ୍ବଲପୁର ଠାରୁ ଅଲଗା ହୋଇ ଝାରସୁଗୁଡ଼ା ନୂତନ ଜିଲ୍ଲା ଭାବେ ଗଠନ ହୋଇଥିଲା । ଅଧିକ ପଢ଼ନ୍ତୁ

students demand for government college in jharsuguda
ପ୍ରତିଶୃତିରେ ବିଜୁବାବୁଙ୍କ ସରକାରୀ କଲେଜ, ପଡ଼ୋଶୀ ରାଜ୍ୟ ମୁହାଁ ଛାତ୍ରଛାତ୍ରୀ

ଝାରସୁଗୁଡ଼ା: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଉପାନ୍ତ ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ମଧ୍ୟ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ । ଝାରସୁଗୁଡ଼ା ଜିଲ୍ଲା ଏହାର ଜ୍ବଳନ୍ତ ଉଦାହରଣ । ୨୮ ବର୍ଷ ହେଲା ସରକାରୀ କଲେଜ ଅପେକ୍ଷାରେ ଝାରସୁଗୁଡାବାସୀ । ଜିଲ୍ଲାରେ ଏକ ସରକାରୀ କଲେଜ ତିଆରି ପାଇଁ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ପ୍ରତିଶୃତି ଦେଇ ଥିଲେ । ବିଡମ୍ବନାର ବିଷୟ ତାହା ଆଜି ଯାଏ ପୂରଣ କରିପାରିଲେ ନାହିଁ ରାଜ୍ୟ ସରକାର । ତେଣୁ ପିଲାଙ୍କ ଭବିଷ୍ୟତ ସଜାଡ଼ିବା ପାଇଁ ସାହା ପାଲଟିଛି ଛତିଶଗଡ଼ ।

ପ୍ରତିଶୃତିରେ ବିଜୁବାବୁଙ୍କ ସରକାରୀ କଲେଜ

1994 ମସିହାରେ ସମ୍ବଲପୁର ଠାରୁ ଅଲଗା ହୋଇ ଝାରସୁଗୁଡ଼ା ନୂତନ ଜିଲ୍ଲା ଭାବେ ଗଠନ ହୋଇଥିଲା। ଉଚ୍ଚ ଶିକ୍ଷାର ବିକାଶ ପାଇଁ ଝାରସୁଗୁଡ଼ାରେ ସରକାରୀ କଲେଜ ପ୍ରତିଷ୍ଠା କରିବାକୁ ବିଜୁ ପଟ୍ଟନାୟକ ଘୋଷଣା କରିଥିଲେ । ଜିଲ୍ଲାରେ ସରକାରୀ କଲେଜ ହେବା ଦୂରର କଥା, କୌଣସି କଲେଜକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିନାହିଁ । ରାଜ୍ୟର ଶିଳ୍ପ ନଗରୀ କୁହାଯାଉଥିବା ଝାରସୁଗୁଡ଼ାରେ କୋଇଲା ଖଣିଠାରୁ ଆରମ୍ଭ କରି ବଡ଼ ବଡ଼ କଳକାରଖାନା ଠିଆହୋଇଛି । ଅନେକ ନେତାମାନେ ମଧ୍ୟ ସରକାରଙ୍କ ଉଚ୍ଚ ପଦରେ ରହିଛନ୍ତି। ଜିଲ୍ଲାର ଟାଣୁଆ ନେତାମାନେ ବିଭିନ୍ନ କ୍ଷେତ୍ରରେ ବିକାଶର କଥା କହୁଥିବାବେଳେ ଶିକ୍ଷାର ବିକାଶ ପାଇଁ ଭୁଲିଯାଇଛନ୍ତି । ପ୍ରତି ବର୍ଷ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କା ଭେଟି ଦେଉଛି ଝାରସୁଗୁଡ଼ା । କିନ୍ତୁ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ପଡ଼ୋଷୀ ରାଜ୍ୟ ଛତିଶଗଡ଼ ଉପରେ ନିର୍ଭର କରୁଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରେ 1969 ମସିହାରେ ଲକ୍ଷ୍ମୀ ନାରାୟଣ କଲେଜ ଏବଂ1982 ମସିହାରେ ମହିଳା କଲେଜ ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇପାରିନାହିଁ । ସେହିପରି ସଦର ମହକୁମାଠାରୁ 10 କିଲୋମିଟର ଦୂରରେ ଥିବା ବ୍ରଜରାଜନଗର କଲେଜ ସରକାରଙ୍କ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହୋଇଥିଲେ ମଧ୍ୟ ସରକାରୀ ମାନ୍ୟତା ପାଇନାହିଁ । ଶିଳ୍ପ ସମୃଦ୍ଧ ଜିଲ୍ଲାରେ 1955 ମସିହାରେ ତିଆରି ହୋଇଥିବା ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲଟି କଲେଜରେ ପରିଣତ ହୋଇ ପାରିଲାନାହିଁ । ପାଞ୍ଚଟି ବ୍ଲକରେ ଥିବା ଅନ୍ୟ କଲେଜଗୁଡିକର ସ୍ଥିତି ଶୋଚନୀୟ । ସଦର ମହକୁମାଠାରୁ ଶହେ କିଲୋମିଟର ଦୂରରେ ଥିବା 19 ଖଣ୍ଡ ମୌଜାରେ ଡିଗ୍ରୀ କଲେଜଟିଏ ନାହିଁ । ସହରର କଲେଜ ଦୂର ହୋଇଥିବାରୁ ଅନେକ ଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି । ଘରୋଇ କଲେଜରେ ଅଧିକ ଟଙ୍କା ଖର୍ଚ୍ଚ ହେବାଯୋଗୁଁ ମଧ୍ୟ ଗରିବ ଶ୍ରେଣୀକ ଛାତ୍ରଛାତ୍ରୀ ଶିକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି । ତେଣୁ ଖୁବଶୀଘ୍ର ଝାରସୁଗୁଡ଼ାରେ ଏକ ସରକାରୀ କଲେଜ ପ୍ରତିଷ୍ଠା କରିବାକୁ ସେମାନେ ଦାବି କରିଛନ୍ତି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ସମସ୍ୟା ନେଇ କହିଛନ୍ତି, "ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷା ମର୍ଯ୍ୟଦା ପାଇଁ ଆଜି ବି ସଂଘର୍ଷ କରୁଛନ୍ତି । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନିଅନ୍ତୁ ।" ସେପଟେ ଜମି ଚିହ୍ନଟ ପରେ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କହିଛନ୍ତି ।

ଦେଶ ଆଜି ସ୍ବାଧିନତାର ୭୫ ବର୍ଷ ପାଳୁଥିବାବେଳେ ଶିକ୍ଷାର ପରାଧିନତାରେ ରହିଯାଇଛି ଝାରସୁଗୁଡ଼ାର ଉପାନ୍ତ ଅଞ୍ଚଳ । ଏଥିପ୍ରତି କେବେ ପଡୁଛି ସରକାରଙ୍କ ଦୃଷ୍ଟି ତାହା ଦେଖିବାକୁ ବାକି ରହିଲା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.