ETV Bharat / state

ଲଖନପୁର ବ୍ଲକ ବିଭାଜନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା

author img

By

Published : Jan 21, 2021, 8:02 PM IST

ଲଖନପୁରକୁ ୩ ଗୋଟି ବ୍ଲକରେ ବିଭାଜନ ଓ ସବଡିଭିଜନ ମାନ୍ୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଅଧିକ ପଢନ୍ତୁ.....

ଲଖନପୁର ବ୍ଲକ ବିଭାଜନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ମାରେ ଧାରଣା
ଲଖନପୁର ବ୍ଲକ ବିଭାଜନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ମାରେ ଧାରଣାଲଖନପୁର ବ୍ଲକ ବିଭାଜନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ମାରେ ଧାରଣାଲଖନପୁର ବ୍ଲକ ବିଭାଜନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ମାରେ ଧାରଣା

ଝାରସୁଗୁଡା: ରାଜ୍ୟର ଦ୍ଵିତୀୟ ସର୍ବ ବୃହତ ବ୍ଲକ ଭାବେ ଜଣାଶୁଣା ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁରକୁ ୩ ଗୋଟି ବ୍ଲକରେ ବିଭାଜନ ଓ ସବଡିଭିଜନ ମାନ୍ୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଛି। ଗୁରବାର ଲଖନପୁର ନାଗରିକ ପରିଷଦ ପକ୍ଷରୁ ଝାରସୁଗୁଡା ଜିଲ୍ଲାର ବେହେରାମାଲ ଛକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପାର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ କରି ଦିନିକିଆ ଗଣଧାରଣା ଓ ବୈଠକ ଅନୁଷ୍ଠିତ ହୋଇଥିଲା ।

ଲଖନପୁର ବ୍ଲକ ବିଭାଜନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସାମ୍ନାର ଧାରଣା

ଲଖନପୁର ବ୍ଲକକୁ ତିନୋଟି ବ୍ଲକରେ ବିଭାଜିତ କରିବା ସହ ଏକ ନୂତନ ସବଡିଭିଜନର ମାନ୍ୟତା ପ୍ରଦାନ କରିବା ଦାବି ବୋଲି ଲଖନପୁର ନାଗରିକ ପରିଷଦ ପକ୍ଷରୁ ଦାବି କରାଯାଇଛି । ଗତ ନଭେମ୍ବର ମାସରେ ସମାନ ଦାବିକୁ ନେଇ ଲଖନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପାଞ୍ଚଦିନ ଧରି ଗଣଧାରଣା ଓ ବିକ୍ଷୋଭ କରାଯାଇଥିଲା । ପ୍ରକାଶଯୋଗ୍ୟ ଯେ, ଲଖନପୁର ବ୍ଲକକୁ ବିଭାଜନ କରିବାସହ ସବଡିଭିଜନ ମାନ୍ୟତା ପ୍ରଦାନ କରିବା ପାଇଁ ୧୯୯୩, ୧୯୯୮ ଓ ୨୦୨୦ ମସିହାରେ ପଞ୍ଚାୟତ ସମିତି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

ତତ୍କାଳୀନ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଲଖନପୁର ନାଗରିକ ପରିଷଦ ବାଧ୍ୟ ହୋଇ ଗଣଧାରଣା ଆରମ୍ଭ କରିଥିବା ଆନ୍ଦୋଳନକାରୀ ମାନେ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.