ଝାରସୁଗୁଡା: ବାପା ପୁଅ ସମ୍ପର୍କରେ ରକ୍ତର ଛିଟା । ପୁଅ ବୋହୂର ସମ୍ପର୍କରେ ହସ୍ତକ୍ଷେପ କରିବାରୁ ଗଡିଲା ବାପାର ମୁଣ୍ଡ । ସାମାନ୍ୟ ବଚସାରୁ ବାପାକୁ ହତ୍ୟା କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଙ୍ଗାଲି ଥାନ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ । ପୁଅ ଦିଲୀପ ଗିରିର ଆକ୍ରମଣରେ ବାପା କାର୍ତ୍ତିକ ଗିରିଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁୁସାରେ, ଶୁକ୍ରବାର ସକାଳେ ବାଞ୍ଜିପାଲି ଗ୍ରାମର ଦିଲୀପ ଗିରି ପତ୍ନୀ ନିଲମ ଗିରି ସହିତ ଝଗଡା କରିଥିଲା । ଫଳରେ ନିଲମ ଫିନାଇଲ ପିଇ ଗୁରୁତର ଅସୁସ୍ଥ ହୋଇଥିଲେ l ଏନେଇ ଦିଲୀପଙ୍କ ବାପା କାର୍ତ୍ତିକ ଗିରି ଦିଲୀପକୁ ଦୋଷ ଦେବାସହ ଗାଳି ଗୁଲଜ କରଥିଲା । ଏଥିରେ ଦିଲୀପ ରାଗିଯାଇ ପାଖରେ ଥିବା ଏକ ଫୁଲ କୁଣ୍ଡରେ ବାପା କାର୍ତିକଙ୍କୁ ଆକ୍ରମଣ କରିଥିଲା । କାର୍ତ୍ତିକ ଗିରିଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ମେଡିକାଲକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।
ଇଟିଭି ଭାରତ, ଝାରସୁଗୁଡା