ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରାଞ୍ଚଳର ଦେବାଡିହି ଅଞ୍ଚଳରେ ହଇଜା ଆତଙ୍କରେ ରୋକ ଲାଗିଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ । ସ୍ଥିତି ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ । ଗତ ୨୪ଘଣ୍ଟା ମଧ୍ୟରେ କୌଣସି ନୂଆ ହଇଜା ରୋଗୀ ଚିହ୍ନଟ ହୋଇନାହିଁ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଏଦିଗ ଉପରେ ସଜାଗ ରହିଥିବା ବେଳେ ଆଉ କେହି କେମିତି ସଂକ୍ରମଣର ଶୀକାର ନହୁଅନ୍ତି ସେନେଇ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ପାଣି ଏବଂ ଅନ୍ୟାନ୍ୟ ସାମ୍ପୁଲ ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୌରପରିଷଦ ତରଫରୁ ପାଣି ଯୋଗାଇବା ଏବଂ ପରିମଳ ବ୍ୟବସ୍ଥା ଉପରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ରହିଛି ।
ଇଟିଭି ଭାରତ, ଝାରସୁଗୁଡ଼ା