ETV Bharat / state

ଆଜି ଝାରସୁଗୁଡାରେ ମେଲାଣି ନେବେ ମା’, ସଧବା ଖେଳିବେ ସିନ୍ଦୁର ଖେଳ

author img

By

Published : Oct 7, 2022, 10:28 AM IST

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ । ପୂଜା ମଣ୍ଡପରୁ ମେଲାଣି ନେଉଛନ୍ତି ମାଆ ଜଗତଜନନୀ । ଆଜି ଝାରସୁଗୁଡ଼ାର କାଳି ମନ୍ଦିରରେ ସଧବା ମହିଳା ଖେଳିବେ ସିନ୍ଦୁର ଖେଳ । ଅଧିକ ପଢ଼ନ୍ତୁ

ସ୍ବାମୀଙ୍କ ଆୟୁଷ ପାଇଁ ସିନ୍ଦୁର ଖେଳିବେ ସଧବା ମହିଳା

ଝାରସୁଗୁଡ଼ା: ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ । ପୂଜା ମଣ୍ଡପରୁ ମେଲାଣି ନେଉଛନ୍ତି ମାଆ ଜଗତଜନନୀ । ଦଶଭୂଜା ଭକ୍ତଙ୍କୁ ଦର୍ଶନ ଦେଇ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଦଶହରା ସରିଛି ଏବେ ବିଦାୟ ନେଉଛନ୍ତି ମାଆ । ତେବେ ଆଜି ଝାରସୁଗୁଡ଼ା କାଳିମନ୍ଦିରରୁ ବିଦାୟ ନେବେ ମାଆ । ମାଆଙ୍କ ମେଲାଣି ପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ତେବେ ଏହି ପ୍ରସ୍ତୁତି ମଧ୍ୟରେ ମାଆଙ୍କୁ ବିଦାୟ ଦେବା ସମୟରେ ସ୍ବାମୀଙ୍କ ଆୟୂଷ ବୃଦ୍ଧି ପାଇଁ ସିନ୍ଦୁର ଖେଳିବେ ସଧବା ମହିଳା ।

ଆଜି ଝାରସୁଗୁଡ଼ାର କାଳି ମନ୍ଦିରରେ ସଧବା ମହିଳା ଖେଳିବେ ସିନ୍ଦୁର ଖେଳ । ଏନେଇ ନାନା ଆୟୋଜନ କରାଯାଇଛି । ଅପରାହ୍ନ ୩ଟାରେ ବିଦାୟ ନେବେ ମାଆ । ଏହାପୂର୍ବରୁ ମାଆଙ୍କୁ ବରଣ କରିବେ ସଧବା ମହିଳା । ସିନ୍ଦୁର ଖେଳ ସରିବା ପରେ ବିଧି ଅନୁସାରେ କନକଆଞ୍ଜୁଳି କରାଯିବ ।

ଏହାପରେ ମାଆଙ୍କ ମୂର୍ତ୍ତିକୁ ବିସର୍ଜନ କରାଯିବ । ଏହି କାଳି ମନ୍ଦିରରେ ସିନ୍ଦୁର ଖେଳ ବେଶ ଆକର୍ଷିତ କରିଥାଏ । ପାଖାପାଖି ୮ଶହରୁ ଊର୍ଦ୍ଧ୍ବ ମହିଳା ଏହି ଖେଳରେ ସାମିଲ ହୋଇଥାନ୍ତିି । ସେଠାରେ ପୂଜାର୍ଚ୍ଚନା ପରେ ସମସ୍ତ ମହିଳା ମାଆଙ୍କୁ ବରଣ କରିଥାନ୍ତି । ଏହାପରେ ମାଆଙ୍କୁ ସିନ୍ଦୁର ଲଗାଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଏହାପରେ ପରସ୍ପର ପରସ୍ପରକୁ ସିନ୍ଦୁର ଲଗାଇ ଶୁଭକାମନା ଜଣାଇଥାଆନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.