ETV Bharat / state

ଆକାଶରୁ ଖସିଲା ମୃତ୍ୟୁ, ଶୁଦ୍ଧି କ୍ରିୟାକୁ ଯାଇ ଆରପାରିକୁ ଚାଲିଗଲେ ମାଆ ପୁଅ - ବଜ୍ରାଘାତରେ ଚାଲିଗଲା ଜୀବନ

ଝାରସୁଗୁଡ଼ାରେ ବଜ୍ରାଘାତ ଯୋଗୁଁ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି । ଅଘଟଣରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ପଢ଼ନ୍ତୁ

ବଜ୍ରାଘାତରେ ମାଆ ପୁଅ ମୃତ, ଜଣେ ଗୁରୁତର
ବଜ୍ରାଘାତରେ ମାଆ ପୁଅ ମୃତ, ଜଣେ ଗୁରୁତର
author img

By

Published : Aug 29, 2022, 7:05 AM IST

ଝାରସୁଗୁଡ଼ା: ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ । ଅଘଟଣରେ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅଘଟଣ ଘଟିଛି ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ।

ସୂଚନା ଅନୁସାରେ ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ (୫୦) ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ (୨୭) ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ବାସୁପାଲି ଗ୍ରାମକୁ ଯାଇଥିଲେ । ତେବେ ବଜ୍ରାଘାତ ଯୋଗୁଁ ଉଭୟଙ୍କର ସେଠାରେ ମୃତ୍ୟୁ ଘଟିଛି । ଏଥିରେ ବାସୁପାଲି ଗ୍ରାମର ମହେନ୍ଦ୍ର ରୋହିଦାସ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଜ୍ରାଘାତରେ ମାଆ ପୁଅ ମୃତ, ଜଣେ ଗୁରୁତର

ଏହାବି ପଢ଼ନ୍ତୁ...ବଜ୍ରାଘାତରେ ୩ ମୃତ, ଜଣେ ଗୁରୁତର

ସେହିଭଳି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ନିମଡିହି ଗ୍ରାମରେ ରାଣୀ ମୁଣ୍ଡା (୨୫) ଓ ତାଙ୍କ ଝିଆରି ପାନ ମୁଣ୍ଡା (୦୭) ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିବାବେଳେ ଉଭୟଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି । ବର୍ଷା ହେବାରୁ ବରଗଛ ତଳେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ହିଁ ଖୁଡି ରାଣୀ ଓ ଝିଆରୀ ପାନ ମୃତ୍ୟୁବରଣ କରିଥିଲେ । ତେବେ ମୃତ ରାଣୀଙ୍କ ଝିଅ ଲେଚେ ମୁଣ୍ଡା (୧୧) ମଧ୍ୟ ସେ‌ହି ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବହଳଦା ମେଡିକାଲ ଭର୍ତ୍ତି କରିଛନ୍ତି । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସେହିପରି ମୟୂରଭଞ୍ଜର ତିରିଙ୍ଗ ଥାନା ଅନ୍ତର୍ଗତ ବାରୁଡି ଗ୍ରାମର ଶ୍ୟାମ ଚରଣ ପୁର୍ତ୍ତି (୩୧) ଗାଈ ଚରେଇବା ପାଇଁ ଯାଇଥିଲେ । ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବହଳଦା ଓ ତିରିଙ୍ଗ ଥାନା ପୋଲିସ ଉଭୟ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.