ETV Bharat / state

ବେଲପାହାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ ଆରୋହୀ ମୃତ - ୩ ବାଇକ ଆରୋହୀ ମୃତ

Road Accident: ବେଲପାହାଡ଼ ଥାନା ଗୌରପଡ଼ା ନିକଟରେ ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ମୃତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅଧିକ ପଢନ୍ତୁ

Road Accident
Road Accident
author img

By ETV Bharat Odisha Team

Published : Jan 8, 2024, 11:24 AM IST

Updated : Jan 8, 2024, 12:18 PM IST

Road Accident

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ଚାଲିଗଲା ୩ ଯୁବକଙ୍କ ଜୀବନ। ଆଜି ସକାଳୁ ବେଲପାହାଡ଼ ଥାନା ଗୌରପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ବାଣ୍ଡିପାହାଡ଼ ଅଞ୍ଚଳର ମଧୁବନ ଛତ୍ରିଆ, ସାଗର ଛତ୍ରିଆ ଓ ସାହାଜବାହାଲ ଅଞ୍ଚଳର ତପନ ଧୁରୁଆ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ - ଗଞ୍ଜାମରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, 5 ଗୁରୁତର

ସୂଚନା ମୁତାବକ, ଆଜି ସକାଳ ସମୟରେ ୩ ଜଣ ଯୁବକ ଏକ ବାଇକ ଯୋଗେ ଯାଉଥିବା ବେଳେ ବେଲପାହାଡ଼ ନିକଟରେ ସେମାନଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ପଳାଇ ଯାଇଥିଲା । ସେପଟେ ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ତୁରନ୍ତ ବେଲପାହାଡ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ମୃତଦେହକୁ ଜବତ କରି ନିକଟସ୍ଥ ମେଡିକାଲକୁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ - ବସ୍ ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ , ସମ୍ବଲପୁରରେ ଉତ୍ତେଜନା

ଏହା ମଧ୍ଯ ପଢନ୍ତୁ - ବସ୍ - ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ , ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବେପରୁଆ ଗାଡ଼ି ଚାଳନା ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଟିକିଏ ଅସାବଧାନତା ଯୋଗୁଁ ଅକାଳରେ ଯାଉଛି ଜୀବନ । ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ତାହା କୌଣସି ପ୍ରଭାବ ପକାଉ ନ ଥିବା ଦେଖିବାକୁ ମିଳୁଛି । ଗତ କିଛି ମାସ ପୂର୍ବେ ଜିଲ୍ଲାର ଝାରସୁଗୁଡା-ସୁନ୍ଦରଗଡ ମୁଖ୍ୟ ରାସ୍ତାର ଦୁର୍ଲଗାରେ ଦୁର୍ଘଟଣା ହୋଇଥିଲେ । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଗୌତମାଠାରେପିକଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା ବାଇକ । ଫଳରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ

ଇଟିଭି ଭାରତ, ଝାରସୁଗୁଡା

Last Updated : Jan 8, 2024, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.