ETV Bharat / state

ପ୍ରଶାସନର ନାକତଳେ ଚାଲିଛି ବାଲି ଚୋରାଚାଲାଣ, ୫ କୋଟିର ରାଜସ୍ବ ହାନିର ଆକଳନ - ଝାରସୁଗୁଡା ବାଲି ଚୋରାଚାଲାଣ ଖବର

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ନାକତଳେ ଚାଲିଛି ଚୋରା ବାଲି କାରବାର । କୋଟି କୋଟି ଟଙ୍କାର ରାଜସ୍ବ ହାନିର ଅଭିଯୋଗ । ଅଧିକ ପଢନ୍ତୁ

ପ୍ରଶାସନର ନାକତଳେ ଚାଲିଛି ବାଲି ଚୋରାଚାଲାଣ, ୫ କୋଟିର ରାଜସ୍ବ ହାନିର ଆକଳନ

author img

By

Published : Jun 29, 2022, 8:48 PM IST

ଝାରସୁଗୁଡ଼ା: ସୁନ୍ଦରଗଡ଼-ଝାରସୁଗୁଡ଼ା ଜିଲ୍ଲା ସୀମା ତାଲପଟିଆ ନିକଟରେ ଥିବା ବାଲିଘାଟଗୁଡ଼ିକରୁ ଚାଲିଛି ବାଲି ଚୋରାଚାଲାଣ । ପଡୋଶୀ ଜିଲ୍ଲା ସୁନ୍ଦରଗଡ଼ର ବାଲିମାଫିଆ ଓ ଠିକାଦାରମାନେ ଝାରସୁଗୁଡ଼ା ସୀମାରେ ଥିବା ଟାଙ୍ଗରପାଲି ମୌଜାର ଯେଉଁ ସବୁ ବାଲିଘାଟ ରହିଛି ସେଠାରୁ ଖୁଲମଖୁଲା ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

ପ୍ରଶାସନର ନାକତଳେ ଚାଲିଛି ବାଲି ଚୋରାଚାଲାଣ, ୫ କୋଟିର ରାଜସ୍ବ ହାନିର ଆକଳନ

ଏହି ଚୋରା ବାଲି ଚାଲାଣ ପାଇଁ ୫ କୋଟିରୁ ଅଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ବେସରକାରୀ ଭାବେ ଆକଳନ କରାଯାଇଛି । ମେସିନ ଯୋଗେ ନଦୀର ଗଭୀରତାରୁ ଅଧିକ ଖନନ କରୁଥିବା ଯୋଗୁଁ ମାଇନିଂ ପ୍ଲାନ ତଥା ପରିବେଶ ସନ୍ତୁଳନ ଏବଂ ସୁରକ୍ଷାର ନୀତି ନିୟମର ଉଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ଝାରସୁଗୁଡା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ଏଭଳି କାର୍ଯ୍ୟ ଚାଲିଥିବ ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିଭଳି ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଏ ବାବଦରେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେହି ବାଲିମାଫିଆଙ୍କ ବିରୁଦ୍ଧରେ ଏତଲା ଦାୟର କରିବା ପାଇଁ ଏବଂ ମେସିନ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି । ସେପଟେ ଏବାବଦରେ ତହସିଲଦାର କ୍ୟାମେରା ଆଗରେ ମୁହଁ ଖୋଲିବା ପାଇଁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.