ETV Bharat / state

ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ରାଓ ଗିରଫ, ଖୋଲୁଥିଲେ ଦୁର୍ନୀତିର ଗୁମର - ଝାରସୁଗୁଡ଼ା ଖବର

ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ରାଓଙ୍କୁ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

Satyanarayana Rao an RTI activist was arrested in jharsuguda
ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ରାଓଙ୍କୁ ଗିରଫ
author img

By

Published : Jun 26, 2021, 10:13 AM IST

ଝାରସୁଗୁଡ଼ା: ଜିଲ୍ଲାର ବିଭିନ୍ନ ବେଆଇନ କାର୍ଯ୍ୟର ପର୍ଦ୍ଦାଫାସ କରି ଚର୍ଚ୍ଚାରେ ଥିବା ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ରାଓଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗୁରୁବାର ଏକ ଆରଟିଆଇକୁ ନେଇ ସତ୍ୟନାରାୟଣ ଏବଂ ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏନେଇ ନିର୍ବାହୀ ଅଧିକାରୀ ଥାନାରେ ଏତଲା ଦେବା ପରେ ପୁଲିସ ରାତାରାତି ରାଓଙ୍କୁ ଗିରଫ କରି ନେଇଥିଲା । ସତ୍ୟନାରାୟଣଙ୍କ ଓକିଲ ଦିନେଶ ଜୈନ କହିଛନ୍ତି ,ଯେହେତୁ ରାଓ ବିଭିନ୍ନ ସୂଚନା ଅଧିକାର ଓ କ୍ରିୟାଶୀଳତା ହେତୁ ବଡ଼ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରୁଥିଲେ । ତାଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଶାସନ ଏଭଳି ଚକ୍ରାନ୍ତ କରି ତାଙ୍କୁ ଗିରଫ କରିଛି ।

ସତ୍ୟନାରାୟଣ ପୌରପାଳିକାରେ କୌଣସି ଏକ ଆରଟିଆଇ ମାଗିଥିଲେ । ତେବେ କର୍ତ୍ତୃପକ୍ଷ ଠିକ ସମୟରେ ତଥ୍ୟ ନ ଦେବାରୁ ଜିଲ୍ଲା ସୂଚନା ଅଧିକାରୀଙ୍କ ନିକଟରେ ଅପିଲ କରିଥିଲେ । କିନ୍ତୁ ତାଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଏହାସତ୍ତ୍ବେ ଉପରୋକ୍ତ ଧାରା ଗୁଡ଼ିକର ସଜ୍ଜା ୭ବର୍ଷରୁ କମ୍ ହେଉଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଗିରଫ କରିବା କଥା ନୁହେଁ ବୋଲି ଆଇନଜୀବୀ କହିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.