ETV Bharat / state

ମରଣଯନ୍ତା ପାଲଟିଛି ରାସ୍ତା, ପ୍ରଶାସନର ପଡୁନି ନଜର - ବଞ୍ଜାରୀ ଗ୍ରାମ ପଞ୍ଚାୟତ

33 ଗ୍ରାମ ପଞ୍ଚାୟତ ବିଶିଷ୍ଟ ଲଖନପୁର ବ୍ଲକର ଗ୍ରାମ ପଞ୍ଚାୟତର ରାସ୍ତାର ଶୋଚନୀୟ ଅବସ୍ତା ପଞ୍ଚାୟତବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଆଖପାଖ 5ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରୁ ପିଚୁ ଉଠିଯାଇଥିବା ବେଳେ ପ୍ରଶାସନର ନଜର ଏଯାଏଁ ରାସ୍ତା ଉପରେ ପଡିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 19, 2019, 10:10 PM IST

ଝାରସୁଗୁଡା: ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ବଞ୍ଜାରୀ ଗ୍ରାମ ପଞ୍ଚାୟତର ରାସ୍ତା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ଗ୍ରାମ୍ୟ ରାସ୍ତା ଉପରୁ ପିଚୁ ଉପୁଡି ଯାଇ ବର୍ତ୍ତମାନ ଶୋଚନୀୟ ହେବା ସହ ବିପଦ ଶଙ୍କୁଳ ହୋଇ ପଡିଥିବା ଯୋଗୁଁ ବଞ୍ଜାରୀ ଗ୍ରାମବାସୀ ସମେତ ଏହାର ଆଖପାଖ ଅନ୍ୟ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ରାଜ୍ୟର ଅନ୍ୟତମ 33 ଗ୍ରାମ ପଞ୍ଚାୟତ ବିଶିଷ୍ଟ ବୃହତ ବ୍ଲକ ହେଉଛି ଲଖନପୁର ବ୍ଲକ । ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଏହି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅକଥନୀୟ ହୋଇପଡିଛି । ଜାତୀୟ ରାଜପଥ 49ରୁ ଵଞ୍ଜାରୀ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ 5ଟି ଗାଁ ଲୋକେ ନିର୍ଭର କରୁଥିବା ବେଳେ ମରାମତି ନହୋଇ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି ।

ଅନ୍ୟପଟେ ବଞ୍ଜାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଯିବାକୁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ପିଲା ମାନଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାସ୍ତା ଉପରେ ପ୍ରଶାସନିକ ଅଧିକାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ ମରାମତି ନେଇ କାହାରି ଦୃଷ୍ଟି ପଡୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଂଜାରୀ ଗ୍ରାମ ପଂଚାୟତର ରାସ୍ତା ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ଗ୍ରାମ୍ୟ ରାସ୍ତାଟି ପିଚୁ ଉପୁଡି ଯାଇ ବର୍ତ୍ତମାନ ଶୋଚନୀୟ ସହ ବିପଦ ଶଙ୍କୁଳ ହୋଇ ପଡିଥିବା ଯୋଗୁଁ ବଂଜାରୀ ଗ୍ରାମବାସୀ ସମେତ ଏହାର ଆଖପାଖ ଅନ୍ୟ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।Body:ରାଜ୍ୟର ଅନ୍ୟତମ 33 ଗ୍ରାମ ପଞ୍ଚାୟତ ବିଶିଷ୍ଟ ବୃହତ ବ୍ଲକ ହେଉଛି ଲଖନପୁର ବ୍ଲକ । ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଏହି ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି ।ଜାତୀୟ ରାଜପଥ 49 ରୁ ଵଞାରି ଗ୍ରାମପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ଉପରେ 5ଟି ଗାଁ ଲୋକେ ନିର୍ଭରଶୀଳ ଥିବା ବେଳେ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଅନ୍ୟପଟେ ଏହି ରାସ୍ତା ଦେଇ ବଂଜାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଯିବାକୁ ଏକମାତ୍ର ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଉପରେ ପ୍ରଶାସନିକ ଅଧିକାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ ମରାମତି ନେଇ କାହାରି ଦୃଷ୍ଟି ପଡୁ ନ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ବାଇଟ1:ଧନଞ୍ଜୟ ଭୋଇ, ଵଞାରି ଗାଁ ।
ବାଇଟ2:ଭଗବାନ ସା, ବରତାପ ଗାଁ ।
ବାଇଟ3:ବନ ବିହାରି ମିଶ୍ର, ପ୍ରଧାନ ଶିକ୍ଷକ, ଵଞାରି ଆଶ୍ରମ ଉଚ୍ଚ ବିଦ୍ୟାଳୟ ।
ବାଇଟ4: ଗୋବିନ୍ଦ ଚନ୍ଦ୍ର ଡ଼ନସେନା , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଲଖନପୁର
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.