ETV Bharat / state

ଝାରସୁଗୁଡା ରେଳବାଇର ବିକାଶ ପାଇଁ ସମୀକ୍ଷା ବୈଠକ - Review meeting

ଝାରସୁଗୁଡା ରେଳବାଇର ବିକାଶ ପାଇଁ ଆଜି(ବୁଧବାର) ସ୍ଥାନୀୟ ସର୍କିଟ ହାଉସ ଠାରେ ଏହି ବୈଠକ ହୋଇଛି। ଝାରସୁଗୁଡା ରେଳବାଇର ଯେମିତି ବିକାଶ ହେବା କଥା, ତାହା ହୋଇପାରି ନଥିବାରୁ ନୂତନ ଝାରସୁଗୁଡାର ଏକ ବ୍ଲୁପ୍ରିଣ୍ଟ ଉପରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...

ଝାରସୁଗୁଡାରେ ହେବ ନୂଆ ରେଳଷ୍ଟେସନ
ଝାରସୁଗୁଡାରେ ହେବ ନୂଆ ରେଳଷ୍ଟେସନ
author img

By

Published : Mar 3, 2021, 7:27 PM IST

ଝାରସୁଗୁଡା: ରେଳବାଇର ବିକାଶ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ଓ ରେଳବାଇ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ହୋଇଛି। ଝାରସୁଗୁଡା ରେଳବାଇର ବିକାଶ ପାଇଁ ଆଜି(ବୁଧବାର) ସ୍ଥାନୀୟ ସର୍କିଟ ହାଉସ ଠାରେ ଏହି ବୈଠକ ହୋଇଛି।

ଝାରସୁଗୁଡାରେ ହେବ ନୂଆ ରେଳଷ୍ଟେସନ

ଝାରସୁଗୁଡା ରେଳବାଇର ଯେମିତି ବିକାଶ ହେବା କଥା, ତାହା ହୋଇ ପାରିନଥିବାରୁ ନୂତନ ଝାରସୁଗୁଡାର ଏକ ବ୍ଲୁପ୍ରିଣ୍ଟ ଉପରେ ଆଲୋଚନା କରାଯାଇ ଝାରସୁଗୁଡାରେ ଥିବା ରେଳଷ୍ଟେସନ ପଛପଟେ ଏକ ବିଶାଳକାୟ ମୁଖଶାଳା ନିର୍ମାଣ ସହ ନୂତନ ରେଳବାଇ ସାଇଡିଂ, ମାଲ ପରିବହନ ଓ ଅବତରଣ ପାଇଁ ମାଲଗୋଦାମ୍ ନିର୍ମାଣ ସହ ଚୌକିପଡା ରେଳବାଇ ଫାଟକରେ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ୍ ନିର୍ମାଣ କରାଯିବ ।

ଏହାସହ ବାଲିଜୋରୀ ଠାରେ ଲୋକଙ୍କ ଗମନାଗମନ ସୁଵିଧା ପାଇଁ ଏକ ଓଭରବ୍ରିଜ୍ ନିର୍ମାଣ ଓ ପୁରୁଣା ବସଷ୍ଟାଣ୍ଡର ଜମି ଲିଜର ନବୀକରଣ ସଂପର୍କରେ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନା ସମୟରେ ବରଗଡ ଲୋକସଭା ସାଂସଦ ସୁରେଶ ପୁଜାରୀ, ଜିଲ୍ଲାପାଳ ସରୋଜ ସାମଲ, ଏସପି ବିକାଶ ଚନ୍ଦ୍ର ଦାସ, ଚକ୍ରଧରପୁର ରେଳ ଡିଭିଜନର ଡିଆରଏମ୍, କୋଲକାତାର ଦକ୍ଷିଣପୂର୍ବ ରେଳପଥର ମୁଖ୍ୟଯନ୍ତ୍ରୀଙ୍କ ସହ ସହରର ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରି ନିଜର ମତାମତ ଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.