ETV Bharat / state

ମିଶିଲାନି ପାଞ୍ଜି: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲଖନପୁର ବ୍ଲକର କୁମ୍ଭାରବନ୍ଧ ପୋଲିସ ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲୀ କିଷାନପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଘରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ । ଅଧିକ ଫଢନ୍ତୁ...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Apr 13, 2021, 3:06 PM IST

ଝାରସୁଗୁଡା: ଲଖନପୁର ବ୍ଲକର କୁମ୍ଭାରବନ୍ଧ ପୋଲିସ ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲୀ କିଷାନପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର 27 ବର୍ଷୀୟ ଯୁବକ ସୁବ୍ରତ କିଷାନ ଓ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଠେଲକୋଳି ଥାନା ଅଧୀନରେ ଥିବା ଏକ ଗ୍ରାମର 22 ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ବେଳେ ସୋମବାର ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନାମୁତାବକ, ଉଭୟେ ଗୋଟିଏ ଜାତିର ହୋଇଥିବାରୁ ବିବାହ ପାଇଁ ରାଜି ହୋଇଥିଲେ । ମାତ୍ର ପରିବାର ଲୋକେ ପାଞ୍ଜି ଦେଖେଇବାରୁ ଉଭୟଙ୍କ ନାମ ପାଞ୍ଜି ଅନୁସାରେ ମେଳକ ହୋଇନଥିଲା । ଫଳରେ ଯୁବକଙ୍କ ପରିବାର ଲେକେ ଯୁବକକୁ ଅନ୍ୟତ୍ର ବିବାହ ପାଇଁ ମଇ 5 ତାରିଖ ଦିନ ସ୍ଥିର କରିଥିଲେ ।

ଦିନେ ଯୁବକ ପ୍ରେମିକାଙ୍କୁ ନିଜ ଘରକୁ ଆଣିଥିଲେ । ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ପରସ୍ପର ମଧ୍ୟରେ ଆପୋଷ ସମାଧାନ ବି ହୋଇଥିଲା । ତେବେ ରବିବାର ରାତିରେ ଉଭୟ ଶୋଇଥିବା ବେଳେ ସୋମବାର ସକାଳୁ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ଝିଅର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ଗତକାଲି(ସୋମବାର) ସନ୍ଧ୍ୟାରେ ଜିଲ୍ଲା ଏସପି ଅଫିସ ଆସି ଲିଖିତ ଅଭିଯୋଗ କରିଛନ୍ତି ।

କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ଯାଇ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.