ETV Bharat / state

କାଳିଆର ରଥରେ କେଉଁଠି ଲାଗୁଛି ବ୍ରେକ୍, ପଢନ୍ତୁ... - without money

ରଥ ଟଣାବେଳେ ବ୍ରେକ ଦେବା ସତ୍ତ୍ବେ ରଥ ନିୟନ୍ତ୍ରଣ ହରାଇ କିଛି ଦୂର ଆଗକୁ ବଢ଼ି ଯାଉଥିବା ସହ ଦୁର୍ଘଟଣା ହୋଇଥାଏ । ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ତେଣୁ ଅନୁମତି ପାଇବା ପରେ ୨୦୦୮ରୁ ସେ ଏବଂ ତାଙ୍କର କିଛି ସହଯୋଗୀ ମିଶି ପୁରୀ ରଥ ପାଇଁ ବ୍ରେକ ତିଆରି କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Jun 26, 2019, 3:21 PM IST

ଝାରସୁଗୁଡା: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା । ରଥଯାତ୍ରା ପାଇଁ ବଡଦାଣ୍ଡର ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ହେଲେ ରଥଯାତ୍ରା ସମୟରେ ରଥକୁ ଦୁର୍ଘଟଣାରୁ ରୋକିବା ପାଇଁ ବ୍ୟବହାର ହେଉଥିବା ବ୍ରେକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଯୋବ୍ ଗ୍ରାମଠାରେ ।

ପୁରୀ ରଥଯାତ୍ରା ସମୟରେ ରଥ ଟାଣିବା ସହ ତିନି ଠାକୁରଙ୍କୁ ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ହେଲେ ରଥ ଗଡ଼ିବା ସମୟରେ ମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥାଏ । ରଥ ଗଡ଼ିଲା ସମୟରେ ଭିଡ଼ ମଧ୍ୟରେ ରଥକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାକୁ ରୋକିବା ସବୁଠାରୁ ଅଧିକ ଗରୁତ୍ବପୂର୍ଣ୍ଣ ହୋଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ତେବେ ଗତ ୧୧ ବର୍ଷ ହେବ ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳର ମହାନଦୀ କୋଇଲା ଖଣିର ପୂର୍ବତନ କର୍ମଚାରୀ ଜଗୁ ଲୁହାର ଓ ଇଂଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ ତିଆରି କରି ଆସୁଛନ୍ତି ।

ରଥ ଟଣାବେଳେ ବ୍ରେକ ଦେବା ସତ୍ତ୍ବେ ରଥ ନିୟନ୍ତ୍ରଣ ହରାଇ କିଛି ଦୂର ଆଗକୁ ବଢ଼ି ଯାଉଥିବା ସହ ଦୁର୍ଘଟଣା ହୋଇଥାଏ । ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ତେଣୁ ସେ ରଥ ଉପରେ ନୂତନ ଜ୍ଞାନକୌଶଳରେ ତିଆରି ବ୍ରେକ ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ଅନୁମତି ମିଳିବା ପରେ ବ୍ରଜରାଜନଗରସ୍ଥିତ କୋଇଲା ଖଣିର ସହକର୍ମଚାରୀ ଥିବା ଜଗୁ ଲୁହାର ଓ ଅନ୍ୟ ସାଥିମାନେ ମିଶି ୨୦୦୮ରୁ ତିଆରି କରିଚାଲିଛନ୍ତି ପୁରୀ ରଥ ପାଇଁ ବ୍ରେକ ।

ତେବେ ରଥ ବ୍ରେକରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କଣ୍ଟା, କନଭେୟର ବେଲ୍ଟ , ୱାସର ଆଦି ବ୍ରଜରାଜନଗର ଯୋବ ଗାଁର ଜଗୁ ଲୁହାର ଓ ସାଥି ନିଜ ଶାଳରେ ପ୍ରସ୍ତୁତ କରିଥାନ୍ତି । ଏହାପରେ ରଥଯାତ୍ରାର କିଛିଦିନ ପୂର୍ବରୁ ସମସ୍ତେ ମିଶି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି ।

ସବୁଠାରୁ ବଡ଼କଥା ହେଲେ ବ୍ରେକ ତିଆରି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ସମସ୍ତେ ନିଜେ ବହନ କରିଥାନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନକୁ କିଛି ଖର୍ଚ୍ଚ ମାଗନ୍ତି ନାହିଁ ।

ଏହି ଜ୍ଞାନକୌଶଳ ବ୍ୟବହାର କରିବା ଦ୍ବାରା ବଡ଼ଦାଣ୍ଡରେ ରଥ ଗଡ଼ିବାବେଳେ ବ୍ରେକ ଲାଗିଲେ ରାସ୍ତାରେ ପିଚୁ ସହ ବ୍ରେକରେ ବ୍ୟବହାର ହେଉଥିବା ରବର କନଭେୟର ବେଲ୍ଟ ମଧ୍ୟରେ ଘର୍ଷଣ ହେବାରୁ ରଥ ଠିକ ଭାବରେ ନିୟନ୍ତ୍ରଣ କରାଯାଇଥାଏ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ସ୍କ ଗ ଟିଟିଲାଗଡ ବାଗ୍ ଦେର ଗ୍ରାମର ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ, ପରକିଆ ପ୍ରିତୀ ଯୋଗୁଁ ହତ୍ୟାକାଣ୍ଡ
ରିପୋର୍ଟ୍ ଶେଖ୍ ମହମ୍ମଦ ୱାହିଦ୍ଦ
ସ୍ଥାନ ବଲାଙ୍ଗିର 
ତାରିଖ ୨୬_୬_୧୯
ଫର୍ମାଟ ଏଭିଓ
ଏଙ୍କର୍
        ବଲାଙ୍ଗିର ଟିଟିଲାଗଡ ଅନ୍ତର୍ଗତ ବାଗ ଦେର ଗ୍ରାମରେ ଘଟିଥିବା ହତ୍ୟା କାଣ୍ଡ ର ରହସ୍ୟ ଉନ୍ମୋଚିତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟିଟିଲାଗଡ ପୋଲିସ୍ । ତେବେ ଗତ ୧୯ ତାରିଖ ସକାଳୁ ବାଗ ଦେର ଗ୍ରାମ ନିକଟ ଘଣ୍ଟ ବହଲି ରାସ୍ତାରେ ଜଣେ ଯୁବକର ମୃତ ଶରୀର ପୋଲିସ୍ ଉଦ୍ଧାର କରିଥିଲା । ଏବଂ ଯୁବକଙ୍କୁ ହତ୍ୟା କରାଯାଇଥିବାର ପୋଲିସ୍ ଜାଣିବାକୁ ପାଇଥିଲା । ତେବେ ମୃତ ଯୁବକର ପରିଚୟ ରାଜେନ୍ଦ୍ର ଛତର ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରା ଯାଇଥିଲା । ସେପଟେ ଏହି ମାମଲାରେ ପୋଲିସ୍ ତଦନ୍ତ କରି ମୁରିବହାଳ ବ୍ଲକ୍ ଅନ୍ତର୍ଗତ ଦେଶିଲ୍ ଗ୍ରାମର ଉଜ୍ବଳ ମନି ବାଗ କୁ ଅଟକ ରଖି ପଚରା ଉଚରା କରିଥିଲା । ଯେଉଁଥିରେ ଅଭିଯୁକ୍ତ ଉଜ୍ବଳ ବାଗ ନିଜେ ହତ୍ୟା କରିଥିବାର ସ୍ବୀକାର କରିଥିବା ବେଳେ ଏହାର କାରଣ ମଧ୍ୟ କହିଥିଲା । ତେବେ ମୃତ ରାଜେନ୍ଦ୍ର ଛତର ଙ୍କ ସ୍ତ୍ରୀ ସହିତ ଅଭିଯୁକ୍ତ ଉଜ୍ବଳ ମନି ବାଗ ର ଅବୈଧ ସମ୍ପର୍କ ଥିଲା । ଏବଂ ରାଜେନ୍ଦ୍ର ଛାତରଙ୍କୁ ରାସ୍ତାରୁ ହଟାଇବାକୁ ପାଇଁ ସେ ଏହି ହତ୍ୟା କରିଥିବାର ପୋଲିସ୍ କହିଛି । ତେବେ ହତ୍ୟା ଘଟଣା ଦିନ ନିଜେ ଉଜ୍ବଳ ବାଗ ରାଜେନ୍ଦ୍ର ଛତାର ଙ୍କୁ ଘରୁ ଡାକି ଆଣି ନିଛାଟିଆ ସ୍ଥାନରେ ପ୍ରଠମେ ଗାମୁଛାରେ ବେକ ଚିପି ମାରିବା ପରେ ପଥରରେ ମୁହଁକୁ ଛେଚି ଦେଇଥିବା ପୋଲି କହିଛି । ଏବଂ ଏହି ହତ୍ୟା କାଣ୍ଡ ମାମଲାରେ ବ୍ୟବହୃତ ଗାମୁଛା ରକ୍ତ ଲଗା ପଥର ପୋଲିସ୍ ଜବତ କରିଛି । ସେହିପରି ଅଭିଯୁକ୍ତକୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରିଛି । ତେବେ ଏହି ହତ୍ୟା କାଣ୍ଡରେ ସେ ଏକା ଥିଲା ନା ଆଉ କିଏ ସହଯୋଗୀ ଥିଲେ ତାଙ୍କୁ ତଦନ୍ତ ଜାରି  ଥିବାର ପୋଲିସ୍ କହିଛି । 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.