ETV Bharat / state

ଝାରସୁଗୁଡାରୁ ବିରଳ ଧଳା କାଉ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର - ଝାରସୁଗୁଡାରୁ ଧଳା କାଉ ଉଦ୍ଧାର

ଝାରସୁଗୁଡା ସହରରେ ଦେଖିବାକୁ ମିଳିଛି ଏକ ବିରଳ ଧଳା ରଙ୍ଗର କାଉ । ସହର ମଧ୍ୟରେ ଥିବା ମୁଙ୍ଗାପଡାରେ ରହୁଥିବା ଦିପ୍ତେସ ସୋନିଙ୍କ ଘର ବାହାରେ କାଉଟି ନଜର ଆସିଥିଲା । ଅଧିକ ପଢନ୍ତୁ...

ଝାରସୁଗୁଡାରୁ ବିରଳ ଧଳା କାଉ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

author img

By

Published : Aug 13, 2020, 11:27 AM IST

Updated : Aug 13, 2020, 11:54 AM IST

ଝାରସୁଗୁଡା: କାଉ କଥା କହିଲେ କଳା ରଙ୍ଗ ମନକୁ ଆସୁଥିବା ବେଳେ ଝାରସୁଗୁଡା ସହରରେ ଦେଖିବାକୁ ମିଳିଛି ଏକ ବିରଳ ଧଳା ରଙ୍ଗର କାଉ । ସହର ମଧ୍ୟରେ ଥିବା ମୁଙ୍ଗାପଡାରେ ରହୁଥିବା ଦିପ୍ତେସ ସୋନିଙ୍କ ଘର ବାହାରେ ବିଦ୍ୟୁତ ତାରରେ, ଖୁଣ୍ଟରେ ଓ ଘର ଲୁହାଗେଟ ଆଦି ବିଭିନ୍ନ ସ୍ଥାନରେ ଏହି କାଉଟି ବସି ରବୁଥିବା ଦେଖାଯାଇଥିଲା । ଅନ୍ୟ କଳା କାଉମାନେ ଏହି ବିରଳ ଧଳା କାଉଟିକୁ ହଇରାଣ କରୁଥିବା ଦେଖି ତୁରନ୍ତ ଉଦ୍ଧାର କରିଥିଲେ ଦିପ୍ତେସ ।

ଝାରସୁଗୁଡାରୁ ବିରଳ ଧଳା କାଉ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ଧଳା କାଉଟିକୁ ଉଦ୍ଧାର କରି ଘରେ ଏହାକୁ ଖାଦ୍ୟ ଦେବା ସହ ଯଥେଷ୍ଟ ଯତ୍ନ ନେଇଥିଲେ ଦିପ୍ତେସ । ଉଦ୍ଧାର କରିବା ପରେ କାଉଟି ଠିକ୍‌ ଭାବେ ଉଡିପାରୁ ନଥିବା ହୃଦବୋଧ କରିଥିଲେ ସେ । ତେବେ ଏହାର ଯତ୍ନ କରିବା ପରେ କାଉଟି ସୁସ୍ଥ ହୋଇଥିଲା । ଏହାପରେ ସେ କାଉଟିକୁ ବନ ବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଫରେଷ୍ଟର ରମେଶ ନାଥ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 13, 2020, 11:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.