ETV Bharat / state

ଝାରସୁଗୁଡାରେ ମହା ଅଭିଯୋଗ ଶୁଣାଣି, ୬୫ଟି ସମସ୍ୟାର ସମାଧାନ କଲେ ଜିଲ୍ଲାପାଳ

author img

By

Published : Jul 18, 2023, 7:52 AM IST

ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ କୋଲାବିରା ବ୍ଲକ ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ

public hearing camp
public hearing camp

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ ୬୫ଟି ଅଭିଯୋଗ ଶୁଣାଣି କରାଯାଇଛି । ତେବେ ୬୫ଟି ଅଭିଯୋଗ ମଧ୍ୟରୁ ୨୧ଟି ସାମୁହିକ ଓ ୪୪ଟି ବ୍ୟକ୍ତିଗତ ରହିଛି ।

ଯେପରିକି କୁମୁରାଡ଼ିହିରେ ସୋଲାର ଚାଳିତ ନଳକୂପ ଅଚଳ ଜନିତ ଅସୁବିଧା, ରେଙ୍ଗାଲପାଲି କଣ୍ଟାପାଲି ରାସ୍ତାକୁ କଂକ୍ରିଟ ରାସ୍ତାରେ ପରିଣତ କରାଯିବା, ଭଙ୍ଗାମୁଣ୍ଡାରୁ ଜଳଡିହିକୁ ରାସ୍ତା ନିର୍ମାଣ, ସମାସିଂଘା ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ପରମାଣପୁର ମୌଜା ଅନ୍ତର୍ଗତ ବୁଢ଼ାମାଳ ଅଞ୍ଚଳରେ ଥିବା ମେଗା ଜଳ ଜଳସେଚନ ପ୍ରକଳ୍ପ ସ୍ଥାନାନ୍ତରଣ, ସମାସିଂଘା ସ୍ଥିତ ଏମ୍ ଆଇ ପି ପଏଣ୍ଟ ଅଚଳ, ସିରିଆପାଲି ମୌଜାରେ ଶିଳ୍ପ ଜମି ଲିଜ ବାତିଲର ଅଭିଯୋଗ ଶୁଣାଣି କରାଯାଇଥଇଲା ।

ସେହିପରି ଅମନାପାଲି ରାସ୍ତାର ପ୍ରଶସ୍ତିକରଣ, ବ୍ଲକ ସମ୍ମୁଖସ୍ଥ ଦୋକାନ ଗୃହ ଆବଣ୍ଟନରେ ଦୁର୍ନୀତି ଓ ତେଲେନ ନଦୀରେ ନିର୍ମିତ ବ୍ରିଜରେ ନିମ୍ନମାନର କାର୍ଯ୍ୟ ସମ୍ପର୍କିତ ସାମୂହିକ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ଅନ୍ୟପଟେ ଚିକିତ୍ସା ପାଇଁ ଆର୍ଥିକ ସହାୟତା, କେଲଡା ଗ୍ରାମରେ ଶୋଭା କେମିକାଲ ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ଗୃହ ନିର୍ମାଣ ସକାଶେ ଜମି ଲିଜ୍‌, କୋଲାବିରା ବ୍ଲକର ସୋଡ଼ାମାଲ, ସମାସିଙ୍ଘା, କୁଲିହାମାଲ, ପୋଖରାସାଲେ, ଝିର୍ଲାପାଲି ଓ କୋଲାବିରା ଆଦି ୬ଟି ପଞ୍ଚାୟତରେ ଅର୍ବାନ ସୋଲାର ଲାଇଟ ପ୍ରକଳ୍ପରେ ଅର୍ଥ ହେରଫେର, ଗେଲ ଇଣ୍ଡିଆ ଦ୍ୱାରା ପାଇପ୍ ବିଛା କାର୍ଯ୍ୟ ଜନିତ ପ୍ରାପ୍ୟ ନପାଇବା ସମ୍ବନ୍ଧ ଓ ଲୋରିଆପାଲିରେ ପାଣି ପାଇପ୍ ବିଛାଇବା ଦ୍ୱାରା ଘର ଫାଟିବା, ଜମି ଖାତା ସଂଶୋଧନ ଏବଂ କୋଲାବିରା ଯୁକ୍ତ ଦୁଇ ମହାବିଦ୍ୟାଳୟ ୫ଟି ଯୋଜନାରୁ ବାଦ ପଡ଼ିବା ଆଦି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଖୋର୍ଦ୍ଧାରେ ଇଡ଼କୋ ଜମି ଅଧିଗ୍ରହଣକୁ ନେଇ ଜନ ଶୁଣାଣି

ଶିବିରରେ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦକୁ ଜଣକୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି.ପରମାର, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.