ଝାରସୁଗୁଡ଼ା: ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଦିନକ ପରେ ଲଇକେରାରେ ଦୁଇଟି ଓ ଝାରସୁଗୁଡ଼ାରେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜି ପୁଲିଂ ପାର୍ଟି କର୍ମଚାରୀ ସମସ୍ତ ସାମଗ୍ରୀ ସହ ନିଜ ନିଜ ବୁଥ ମୁହାଁ ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ମୋଟ ୩୬ଟି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଏବଂ ୪୩୨ଟି ୱର୍ଡରେ ୱର୍ଡମେମ୍ବର ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ୪୩୨ଟି ବୁଥ ରହିଛି । ତେବେ ଚଳିତ ପଞ୍ଚାୟତ ନିର୍ବାଚନ ରେ ବ୍ୟାଲେଟ ପେପର ବ୍ୟବହାର କରାଯାଉଥିବାରୁ କିଛିଟା ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ପୁଲିଂ ଅଧିକାରୀ ମାନେ । ଅନ୍ୟପକ୍ଷରେ ଝାରସୁଗୁଡ଼ା ବ୍ଲକରେ ୨୦୪ଟି ବୁଥ ଥିବାବେଳେ ସେନ୍ସିଟିଭ ଏବଂ ହାଇପର ସେନ୍ସିଟିଭ ବୁଥ ନାହିଁ ବୋଲି ବିଡିଓ ସୂଚନା ଦେଇଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ