ETV Bharat / state

ଝାରସୁଗୁଡ଼ାରେ ଉପନିର୍ବାଚନ ହାୱା, ଆରମ୍ଭ ହୋଇଛି ବଳ ଗୋଟାଇବା ପ୍ରତିଯୋଗିତା

ଝାରସୁଗୁଡ଼ା ଉପନିର୍ବାଚନ ନେଇ ଏବେ ବଢ଼ୁଛି ରାଜନୈତିକ ଉଷ୍ମତା । ଉପନିର୍ବାଚନ ତାରିଖ ଘୋଷଣା ହୋଇନଥିବାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଘୋଷଣା କରିପାରିନଥିଲେ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଏବେଠାରୁ ନିଜ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଗଡ଼ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Mar 15, 2023, 9:55 PM IST

ଆରମ୍ଭ ହେଲାଣି ବଳ ଗୋଟାଇବା ପ୍ରତିଯୋଗୀତା
ଆରମ୍ଭ ହେଲାଣି ବଳ ଗୋଟାଇବା ପ୍ରତିଯୋଗୀତା
ଆରମ୍ଭ ହେଲାଣି ବଳ ଗୋଟାଇବା ପ୍ରତିଯୋଗୀତା

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଏବେ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଉପନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ତିନି ପ୍ରମୁଖ ଦଳ ଅଣ୍ଟା ଭିଡ଼ିବାରେ ଲାଗିଲେଣି । ବିଜେଡି, ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଏବେଠାରୁ ନିଜ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଗଡ଼ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଉପନିର୍ବାଚନ ତାରିଖ ଘୋଷଣା ହୋଇନଥିବାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଘୋଷଣା କରିପାରିନଥିଲେ ମଧ୍ୟ ପରୋକ୍ଷ ଭାବେ ନିଜ ନିଜର ପ୍ରାର୍ଥୀ ମାନଙ୍କୁ ପରିଚିତ କରାଉଛନ୍ତି ।

ଦିପାଳୀଙ୍କ ମହିଳା ସମାବେଶ: ଶାସକ ବିଜେଡି ତାର ପୁରୁଣା ପ୍ରଥା ଦୋହରାଉଥିବା ଅନୁମାନ କରାଯାଉଛି । ପ୍ରତ୍ୟେକ ଉପନିର୍ବାଚନରେ ବିଜୁ ଜନତା ଦଳର ଦିବଂଗତ ନେତାଙ୍କ ପରିବାର ମଧ୍ୟରେ ଟିକେଟ ରହିଥାଏ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ହେବାକୁ ଥିବା ଉପନିର୍ବାଚନରେ ମଧ୍ୟ ତାହାର ପୁନରାବୃତ୍ତି ହେବ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ଦଳ ଟିକେଟ ଦେବା ଏକ ପ୍ରକାର ନିଶ୍ଚିତ । ତେବେ ଆଶାୟୀ ପ୍ରାର୍ଥିନୀ ଦିପାଳୀ ବର୍ତ୍ତମାନ ଲୋକଙ୍କ ବିଶ୍ୱାସ ଓ ଭରସା ହାତେଇବା ପାଇଁ ମହିଳା ଭୋଟର ଉପରେ ବିଶେଷ ଭାବେ ଗୁରୁତ୍ୱ ଦେବା ସହ ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରୁଥିବା ଦେଖିବାକୁ ମିଳିଛି । ଶାସକ ଦଳ ବିଜେଡି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କେବେ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିବେ, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ବଳ ଗୋଟାଉଛନ୍ତି ଟଙ୍କଧର: ସେପଟେ ବିଜେପି ଓ କଂଗ୍ରେସରେ ରହିଛନ୍ତି ଅନେକ ଆଶାୟୀ ପ୍ରାର୍ଥୀ । ବିଜେପିରେ ଟିକେଟ ପାଇଁ ଆଗଧାଡିରେ ରହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଟଙ୍କଧର ବର୍ତ୍ତମାନ ନିଜ ସ୍ଥିତି ସୁଦୃଢ କରିବା ପାଇଁ ବଳ ଗୋଟାଇବାରେ ଲାଗିଛନ୍ତି । ଏହା ସହିତ ସହରରୁ ବସ୍ତିକୁ ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରୁଛନ୍ତି । ଛୋଟଛୋଟ ସଭାମାନ କରି ଦଳ ଉପରେ ଆସ୍ଥା ପ୍ରକଟ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି ଟଙ୍କଧର । ମିଶ୍ରଣ ପର୍ବ ଆୟୋଜନ କରି ଦଳର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାର ଝାରସୁଗୁଡ଼ାକୁ ସବୁବେଳେ ଅବହେଳା କରିଆସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟଙ୍କଧର । ଝାରସୁଗୁଡ଼ା ପ୍ରତି କେନ୍ଦ୍ରରୁ ମୋଦି ସରକାରଙ୍କର ଅବଦାନ ଓ ରାଜ୍ୟର ବିଜୁ ଜନତା ଦଳ ସରକାରର ଅବହେଳା ନେଇ ଲୋକେ ଏଥର ଜବାବ ଦେବେ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ ।

ଏହା ମଧ୍ୟ ପଢ଼ନ୍ତୁ.. ମୁଣ୍ଡ ଉପରେ ରହିଛି ଉପନିର୍ବାଚନ, ଝାରସୁଗୁଡ଼ାରେ ଆରମ୍ଭ ହେଲାଣି ମିଶ୍ରଣ ପର୍ବ

ସ୍ଥିତି ସମୀକ୍ଷା କରୁଛନ୍ତି ପିସିସି ସଭାପତି: ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏଥର ବାଜି ମାରିବା ପାଇଁ ପ୍ରସ୍ତୁତ ହୋଇଛି । ଖୋଦ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବାରମ୍ବାର ଝାରସୁଗୁଡ଼ା ଗସ୍ତ କରି ଦଳର ସ୍ଥିତି ସମୀକ୍ଷା କରୁଛନ୍ତି । ଗଡ଼ ହାତେଇବା ପାଇଁ ଉପନିର୍ବାଚନରେ ଦଳ ହେଭିୱେଟ ନେତାଙ୍କୁ ମୈଦାନରେ ଓହ୍ଲାଇବ । ଏନେଇ ଏକ କର୍ମୀ ସମ୍ମିଳନୀ ମଧ୍ୟ କରିସାରିଛି ଦଳ । ତେବେ ଏହି ଉପନିର୍ବାଚନରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର, ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ପ୍ରମୁଖ କଂଗ୍ରେସରୁ ଆଶାୟୀ ପ୍ରାର୍ଥୀ ଭାବେ ରହିଛନ୍ତି । ତେବେ ଦଳ ନିର୍ବାଚନୀ ମୈଦାନରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.