ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ASI ଅଟକ, ତଦନ୍ତ ଜାରି କହିଲେ DIG; ପ୍ରତିକ୍ରିୟା ରଖିଲେ ପ୍ରତ୍ୟକ୍ଷଦର୍ଶୀ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସ୍ଆ‌ଇ ଗୋପାଳକୃଷ୍ଣ ଦାସଙ୍କୁ ଅଟକ ରଖାଯାଇଛି । ଦୀର୍ଘ 12 ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ କାର୍ଯ୍ୟ ସେ କରୁଥିଲା । ତେବେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ଏଏସ୍‌ଆଇ ଅଟକ

author img

By

Published : Jan 29, 2023, 4:56 PM IST

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ଏଏସ୍‌ଆଇ ଅଟକ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ସରବାହାଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରଜରାଜନଗର ଠାରେ ଅନ୍ୟଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଜଣେ ଏଏସଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲା । ତେବେ ଅଭିଯୁକ୍ତ ଏଏସଆଇକୁ ଅଟକ ରଖାଯାଇଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ତାଙ୍କର ମାନସିକ ସ୍ଥିତି ଠିକ ନଥିଲା ବୋଲି କହିଛନ୍ତି ଅଭିଯୁକ୍ତ ଏଏସ୍‌ଆଇଙ୍କ ପତ୍ନୀ ।

ସ୍ବାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଜ କାରରେ ବ୍ରଜରାଜନଗର ଯାଉଥିଲେ । ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଗାନ୍ଧି ଛକ ନିକଟରେ ତାଙ୍କ ଗାଡ଼ିକୁ ଅଟକାଯାଇଥିଲା । କାରରୁ ଓହ୍ଲାଉଥିବା ବେଳେ ଖୋଦ ପୋଲିସ ASI ମନ୍ତ୍ରୀଙ୍କୁ ଗୁଳି କରିଥିବା ଜଣାପଡିଛି । ଗାନ୍ଧି ଛକ ଫାଣ୍ଡିର ASI ଗୋପାଳ ଚନ୍ଦ୍ର ଦାଶ ଗୁଳିମାଡ କରିଥିବା ନେଇ ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଏସଆଇ ଗୋପାଳ ଚନ୍ଦ୍ର ଦାଶଙ୍କୁ ପଚରାଉଚରା କରାଯାଉଛି । ଗୁଳିକାଣ୍ଡ ପଛରେ ରାଜନୈତିକ କାରଣ ରହିଛି ନା ଅନ୍ୟ କିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଝାରସୁଗୁଡ଼ା ଜିଲ୍ଲାରେ ଦୀର୍ଘ 12 ବର୍ଷ ଧରି ବିଭିନ୍ନ ପୋଲିସ ଷ୍ଟେସନରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଗାନ୍ଧି ଛକ ଫାଣ୍ଡିରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲା । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରହିଥିଲା । ବ୍ରଜରାଜନଗର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ଗାନ୍ଧି ଛକ ଅଞ୍ଚଳରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ତାକୁ ନିୟୋଜିତ କରାଯାଇଥିଲା । ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଗାଡ଼ି ଅଟକା ଯାଇଥିବା ସମୟରେ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଛି । ତେବେ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସକୁ କାବୁ କରି ନିଜ ଅକ୍ତିଆରରେ ରଖିଥିବା କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.