ETV Bharat / state

ପୋଲିସକୁ ଧମକ ଦେଇ ବାଲି ମାଫିଆ ଗିରଫ - ପୋଲିସ ସହାୟତାପରେ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତ ସୌରଭକୁ ଗିରଫ କରିଛନ୍ତି

ଶେଷରେ ଆକ୍ସନକୁ ଆସିଲା ପୋଲିସ । ବାଲି ମାଫିଆ ସୌରଭ ପଟେଲକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 26, 2019, 7:29 PM IST

ଝାରସୁଗୁଡା: ପୋଲିସକୁ ଧମକ ଦେବା, ଲାଞ୍ଚ ଯାଚିବା ଓ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ଏବେ ବାଲି ମାଫିଆ ପାଇଁ ପଡିଛି ମହଙ୍ଗା ।

ଭିଡିଓ ସୌଜୱ୍ୟ: ପ୍ରତିନିଧି, ଝାରସୁଗୁଡା

ଘଟଣା ଅନୁସାରେ ଗତ ସୋମବାର ଦିନ ରାତିରେ ଏହି ଘଟଣାଟି ଝାରସୁଗୁଡାରେ ଘଟିଥିଲା । ଜଣେ ବାଲି ମାଫିଆ ପୋଲିସ ପ୍ରଶାସନକୁ ଖୋଲା ଧମକ ଦେଇ ନିଜେ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବାଲି ମାଫିଆଙ୍କ ଗାଡିକୁ ଅଟକା ଯିବାରୁ ଏଭଳି ଉତକ୍ଷିପ୍ତ ହୋଇ ଥିଲେ ଏହି ବାଲି ମାଫିଆ ଜଣଙ୍କ । ତେବେ ଘଟଣା ପ୍ରଘଟ ହେବାପରେ ଝାରସୁଗୁଡା ଆରକ୍ଷୀ ଅଧୀକ୍ଷକ ତଦନ୍ତ ନିର୍ଦେଶ ଦେବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

ଆଜି ପୋଲିସ ଉକ୍ତ ବାଲି ମାଫିଆ ତଥା ଧମକ ଦେଇଥିବା ସୌରଭ ପଟେଲଙ୍କୁ ଗିରଫ କରିଛି । ପୋଲିସ ସହାୟତାପରେ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତ ସୌରଭକୁ ଗିରଫ କରିଛନ୍ତି । ଗିରଫ ପରେ ସୌରଭ କହିଛି ସେ ଜାଣିଶୁଣି ଏମିତି କାମ କରିନାହିଁ । ଭୁଲରେ ଏମିତି କରିଛି । ଏପରିକି ଆରକ୍ଷୀ ଅଧୀକ୍ଷକଙ୍କ ନାଁ ମଧ୍ୟ ତାଙ୍କୁ ଜଣା ନାହିଁ ବୋଲି କହିଛି ।

ଅନ୍ୟପଟେ ଅଭିଯୁକ୍ତ ବିରୋଧରେ ପୋଲିସ ଦଫା 465,469,292,294,506,332ଓ 334 କୋର୍ଟ ଚାଲାଣ କରିଛି ।

ଝାରସୁଗୁଡାରୁ ରବ ନାରାୟଣ ସାହୁ, ଇଟିଭି ଭାରତ

Intro: ପୋଲିସ କବଜା ରେ ବାଲି ମାଫିଆ ସୌରଭ ପଟେଲ । ବାଲି ମାଫିଆ ସୌରଭ ପଟେଲ ଝାରସୁଗୁଡା ଥାନା ଅଧିକାରୀ ସମେତ ଏସପି କୁ ଅଶ୍ଳୀଳ ଭାଷା ରେ ଗାଳି କରୁଥିବା ବେଳେ ଜଣେ କାର୍ଯ୍ୟରତ କନେଷ୍ଟବଳକୁ ଲାଞ୍ଚ ଯାଚିବା ସହ ନିଜେ ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିଲା । ଘଟଣା ଘଟିଥିଲା ଗତ ସୋମବାର ରାତି ଝାରସୁଗୁଡା ସହର ବଢ଼େଇମୁଣ୍ଡା ଛକ ରେ । ଆଜି ଅଭିଯୁକ୍ତ ସୌରଭ ନିଜ ଦୋଷ ସମସ୍ତଙ୍କ ଆଗରେ ସ୍ୱୀକାର କରିଥିବା ବେଳେ ଏହିପରି ଭୁଲ ଆଉ କେବେ କରିବି ନାହିଁ ବୋଲି କହିଛି। ଅନ୍ୟପଟେ ଝାରସୁଗୁଡା ପୋଲିସ ସୌରଭ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି ।

Byte1-ସୌରଭ ପଟେଲ, ବାଲି ମାଫିଆ।
Byte2-ଅଶ୍ୱିନୀ କୁମାର ମହାନ୍ତି, ଏସ ପି, ଝାରସୁଗୁଡା।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.