ETV Bharat / state

ପୋଲିସ-ଅବକାରୀ ବିଭାଗ ମଧ୍ୟରେ ନାହିଁ ତାଳମେଳ ! ରାଜସ୍ୱ ହେଉଛି ବାଟବଣା

ଝାରସୁଗୁଡ଼ା ଜିଲ୍ଲାରେ ବଢୁଥିବା ବେଆଇନ ମଦ କାବାରକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ମଧ୍ୟରେ ତାଳମେଳ ରହୁନଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ମଧ୍ୟରେ ତାଳମେଳ ନାହିଁ, ରାଜସ୍ବ ହେଉଛି ବାଟବଣା

author img

By

Published : Apr 30, 2022, 9:34 PM IST

ଝାରସୁଗୁଡ଼ା: ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ମଦ କାରବାର । କେତେବେଳେ ବେନିୟମ ଭାବେ ତିଆରି ହେଉଥିବା ଦେଶୀମଦ ଉପରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ କରିଥାନ୍ତି, ତ ଆଉ କେତେବେଳେ ନକଲି ବିଦେଶୀ ମଦ ଉପରେ ଚଢ଼ାଉ । ପ୍ରତିଦିନ ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ମଦ କାରବାର ରୋକିବା ପାଇଁ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ଉଦ୍ୟମ ଜାରି ରଖିଛନ୍ତି । ତଥାପି ରୋକାଯାଇ ପାରୁନାହିଁ ଏହି ମଦ କାରବାର । ଲାକୁନା ରହିଛି କେଉଁଠି ? ଏପଟେ ମଦରୁ ମିଲୁଥିବା ରାଜସ୍ବରେ ମଧ୍ୟ ହେରଫେର ହେଉଥିବା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ପୋଲିସ-ଅବକାରୀ ବିଭାଗ ମଧ୍ୟରେ ନାହିଁ ତାଳମେଳ

ସେପଟେ ଗତ ୨ ବର୍ଷର ଅବକାରୀ ବିଭାଗର ଏକ ରିପୋର୍ଟ ଅନୁସାରେ, ୨୦୨୦-୨୧ରେ ୫୧୪ଟି ମାମଲା ଦାଏର ହୋଇଥିବା ବେଳେ ୩୯,୩୧,୫୩,୧୨୦ ଟଙ୍କାର ରାଜସ୍ବ (ଉଭୟ ଜବତ ଏବଂ କର ବାବଦ ଅର୍ଥ) ଆଦାୟ ହୋଇଥିଲା, ୨୦୨୧-୨୨ମାର୍ଚ୍ଚ ମାସରେ ୯୩୯ଟି ମାମଲା ଦାଏର ହୋଇଥିବା ବେଳେ ୪୭,୨୭,୧୮,୦୪୦ ଟଙ୍କାର ରାଜସ୍ବ ଆଦାୟ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି ।

ସେହିଭଳି ପୋଲିସ ବିଭାଗ କରିଥିବା ଚଢ଼ାଉ ହିସାବରେ ୨୦୨୦ରେ ୧୨୪୩ଟି, ୨୦୨୧ରେ ୯୩୯ ଏବଂ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ୨୨୮ଟି ମାମଲା ଦାଏର ହୋଇଛି । ତେବେ ଏହା ନିଶ୍ଚିତ ଭାବରେ ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ କୌଣସି ପ୍ରକାର ତାଳମେଳ ନଥିବା ସ୍ପଷ୍ଟ ଭାବରେ ଜଣାପଡୁଛି ।

ଯଦି ଉଭୟ ଡାଟା ଉପରେ ନଜର ପକାଇବା, ଅବକାରୀ ବିଭାଗର କାର୍ଯ୍ୟଶୈଳୀ ଏବଂ ଗୁଇନ୍ଦା ବିଭାଗର ନିଷ୍କ୍ରିୟତା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି । ଯାହାଫଳରେ ଚୋରା ମଦ ବ୍ୟବସାୟୀ ଏବଂ ବେନିୟମ ମହୁଲପୋଚ କାରବାରରେ ଲିପ୍ତ ବ୍ୟକ୍ତି ପୋଲିସ ଓ ଅବକାରୀ ବିଭାଗର ଆଖିରେ ଧୂଳି ପକାଇ ଖସିଯାଉଛି । ତେବେ ଆଗକୁ କେଉଁ ବିଭାଗ କିପରି କାର୍ଯ୍ୟ କରୁଛି ଏବଂ କେତେ ସଜାଗ ରହୁଛି ତାହା ସମୟ ହିଁ କହିବ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.