ETV Bharat / state

ରେଲୱେ ଷ୍ଟେସନ ଅଳିଆଗଦାରେ ଭାରତର ପ୍ରଥମ ରାଷ୍ଟ୍ରପତି, ସାଧାରଣରେ ନିନ୍ଦା - ରେଲୱେ ଷ୍ଟେସନ ଅଳିଆଗଦାରେ ଭାରତର ପ୍ରଥମ ରାଷ୍ଟ୍ରପତି

ଝାରସୁଗୁଡ଼ା ରେଲୱେ ଷ୍ଟେସନ ଅଳିଆ ଗଦାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଫଟୋଚିତ୍ର ପଡ଼ିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରେଲୱେ ଷ୍ଟେସନ ଅଳିଆଗଦାରେ ଭାରତର ପ୍ରଥମ ରାଷ୍ଟ୍ରପତି, ସାଧାରଣରେ ନିନ୍ଦା

author img

By

Published : Jan 2, 2022, 5:55 PM IST

ଝାରସୁଗୁଡା: ଅଳିଆଗଦାରେ ଶୋଭାପାଉଛି ପ୍ରଥମ ରାଷ୍ଟ୍ରପତିଙ୍କ ଫଟୋ । ରାଷ୍ଟ୍ରର ମହାନ ବ୍ୟକ୍ତିତ୍ବଙ୍କୁ ଝାରସୁଗୁଡା ରେଲୱେ ଷ୍ଟେସନ ସ୍ଥିତ ଟ୍ୟାକ୍ସିଷ୍ଟାଣ୍ଡ ଭିତର ଅଳିଆଗଦାରେ ଦେଖିବାକୁ ମିଳିଛି । ତେବେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଫଟୋ ଚିତ୍ରକୁ ଏଭଳି ଅବସ୍ଥାରେ ଦେଖି ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରେଲୱେ ଷ୍ଟେସନ ଅଳିଆଗଦାରେ ଭାରତର ପ୍ରଥମ ରାଷ୍ଟ୍ରପତି, ସାଧାରଣରେ ନିନ୍ଦା

ଭାରତ ସ୍ବାଧୀନତା ପରେ ୧୯୫୯ ମସିହାରେ ଡ. ରାଜେନ୍ଦ୍ର ପ୍ରସାଦ ଝାରସୁଗୁଡା ଗସ୍ତରେ ଆସିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତର ଛବି ରେଲୱେ ଷ୍ଟେସନ କାନ୍ଥରେ ଶୋଭା ପାଉଥିବା ସହ ଝାରସୁଗୁଡା ଓ ରାଜ୍ୟର ଇତିହାସ ଅମରଣୀୟ ହୋଇ ରହିଛି । କିନ୍ତୁ ବିଡମ୍ବନାର ବିଷୟ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ଫଟୋଚିତ୍ରକୁ ରେଲୱେ ଷ୍ଟେସନର ଅଳିଆ ଗଦାରେ ଦେଖିବାକୁ ମିଳିଚି ।

ଷ୍ଟେସନର ଉନ୍ନତିକରଣ ସମୟରେ କାନ୍ଥରୁ କାଢି ଅଳିଆଗଦାରେ ଫୋପାଡି ଦେଇ ରେଲୱେ କର୍ତ୍ତୃପକ୍ଷ ଯେଉଁ ଅପମାନ କରିଛନ୍ତି, ତାହା ଜିଲ୍ଲାବାସୀ ଦୃଢ ନିନ୍ଦା କରିଛନ୍ତି । ସେପଟେ ଝାରସୁଗୁଡା ରେଲୱେ ଷ୍ଟେସନ ମ୍ୟାନେଜେର କ୍ୟାମେରା ସାମ୍ନାରେ କହିବାକୁ ମନା କରିଦେଇଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.