ETV Bharat / state

ଝାରସୁଗୁଡାରେ ପରିଚୟ ଗୃହ ଲୋକାର୍ପିତ

ଝାରସୁୁଗୁଡା ଜିଲ୍ଲା ପୌରପାଳିକାର ପାଞ୍ଚଟି ୱାର୍ଡରେ ପରିଚୟ ଗୃହର ଲୋକାର୍ପିତ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

ଝାରସୁଗୁଡାରେ ପରିଚୟ ଗୃହ ଲୋକାର୍ପିତ
ଝାରସୁଗୁଡାରେ ପରିଚୟ ଗୃହ ଲୋକାର୍ପିତ
author img

By

Published : Jan 5, 2021, 9:02 AM IST

ଝାରସୁଗୁଡା: ଜିଲ୍ଲାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ୱାରା ଝାରସୁଗୁଡ଼ା ପୌରପାଳିକାର ପାଞ୍ଚଟି ୱାର୍ଡରେ ପରିଚୟ ଗୃହ ଉଦଘାଟିତ ହୋଇଛି । ପାଞ୍ଚ ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପରିଚୟ ଗୃହ ।

ଝାରସୁଗୁଡାରେ ପରିଚୟ ଗୃହ ଲୋକାର୍ପିତ

ୱାର୍ଡ ନମ୍ବର ୯ରେ ରାଜୀବ ନଗର ଓ ବିଦ୍ୟାନଗର , ୱାର୍ଡ ନମ୍ବର ୮ରେ ପଞ୍ଚପଡ଼ା ଓ ଝରିଆନାର , ୧୧ନମ୍ବର ୱାର୍ଡରେ ନୂଆପଡ଼ା , ୱାର୍ଡ ନମ୍ବର ୭ରେ ବି ଟି ଏମ୍ ଓ ୱାର୍ଡ ନମ୍ବର ୧ରେ ସତନାମୀପଡ଼ାଠାରେ ପରିଚୟ ଗୃହମାନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଏହି ଗୃହ ନିର୍ମାଣ ହେବା ଫଳରେ ବସ୍ତି ଅଂଚଳରେ ବିଭିନ୍ନ ସଭା ସମିତି ଓ ସାମାଜିକ କାର୍ଯ୍ୟ ସକାଶେ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ । ମହିଳା ଶସକ୍ତିକରଣ ଦିଗରେ ଏହା ଆଉ ଏକ ପଦକ୍ଷେପ ଓ ଝାରସୁଗୁଡ଼ା ନୂତନ ନିର୍ମାଣର ଏକ ଅଂଶବିଶେଷ ବୋଲି କହିଛନ୍ତି ସ୍ବସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଆଗାମୀ ଦିନରେ ଝାରସୁଗୁଡ଼ାରେ ସମସ୍ତ ୱାର୍ଡରେ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ତିରିଷରୁ ଅଧିକ ପରିଚୟ ଗୃହ ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ବିଜୁଳି , ରାସ୍ତାଘାଟ , ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରି ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ଅର୍ବାନ ଓଏଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ସ୍କିମରେ ପାଞ୍ଚ ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟରେ ପ୍ରତ୍ୟେକ ପରିଚୟ ଗୃହ ନିର୍ମିତ ହୋଇଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏ ସବୁ ନିର୍ମାଣ କରାଯାଇଥିବାରୁ ମନ୍ତ୍ରୀ ଏଥି ପାଇଁ ସ୍ୱୟଂ ସହାୟ ଗୋଷ୍ଠିମାନଙ୍କର ପ୍ରଶଂସା କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଂଖ୍ୟାରେ ମହିଳା ଏଦା ଉଦଘାଟନୀ ସଭାରେ ଉପସ୍ଥିତ ଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.