ETV Bharat / state

ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା

ଝାରସୁଗୁଡା ଜିଲ୍ଲାରେ ଆରଏମସି ସହାୟତାରେ ଆଜିଠାରୁ ଆରମ୍ଭ ହେଲା ଧାନ କିଣା । ସରବାହାଲ ସ୍ଥିତ ଆରଏମସିର ମାର୍କେଟ ୟାର୍ଡରେ ବଡମାଲ ଓ ଶ୍ରୀପୁରା ସମବାୟ ସମିତିର ଚାଷୀଙ୍କ ଧାନ କିଣା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Dec 20, 2021, 5:16 PM IST

ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା

ଝାରସୁଗୁଡା : ଜିଲ୍ଲାରେ ଆରଏମସି ସହାୟତାରେ ଆଜିଠାରୁ ଆରମ୍ଭ ହେଲା ଧାନ କିଣା । ସରବାହାଲସ୍ଥିତ ଆରଏମସିର ମାର୍କେଟ ୟାର୍ଡରେ ବଡମାଲ ଓ ଶ୍ରୀପୁରା ସମବାୟ ସମିତିର ଚାଷୀଙ୍କ ଧାନ କିଣା ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରୁ ଜିଲ୍ଲାର ସମସ୍ତ ପଞ୍ଚାୟତରେ ୮୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବ । ବିଳମ୍ବ ହେଲେ ମଧ୍ୟ ଜିଲ୍ଲାରେ ଆଜି ଧାନ କିଣା ଆରମ୍ଭ ହେବାରୁ ଚାଷୀମାନେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ତେବେ ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣା ବିକା ସଠିକ ଭାବରେ ହୋଇ ପାରିବ ନା ନାହିଁ ସେନେଇ ଚାଷୀ ଦ୍ୱନ୍ଦରେ ରହିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା

ସେହିପରି ଜିଲ୍ଲାରେ ପ୍ରଥମେ ମରୁଡି ଓ ପରେ ଫସଲ ଅମଲ ସମୟରେ ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଥିବାରୁ ଚଳିତବର୍ଷ କଟନୀ ଛଟନୀ ନକରି ଧାନର ମାନ କୋହଳ କରାଯାଇ ଧାନ କିଣା ଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ଅନ୍ୟପଟେ ଚାଷୀଙ୍କ ଧାନ ସୁରୁଖୁରୁରେ କିଣାଯିବ । ସରକାରୀ ନିୟମ ମୁତାବକ ଏଫଏକ୍ୟୁ ମାନର ଧାନରେ କୌଣସି କଟନି ଛଟନି କରାଯିବ ନାହିଁ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଚଳିତବର୍ଷ ଧାନ ବିକ୍ରି କରିବାରେ ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.