ETV Bharat / state

ଝାରସୁଗୁଡାର ସୁନାଝିଅ, ପ୍ୟାଡ ଗର୍ଲ ପାୟଲ

ଝାରସୁଗୁଡାର ସୁନାଝିଅ ପାୟଲ । ଯିଏ ମହିଳାଙ୍କ ସୁରକ୍ଷା ଦିଗରେ ଆଲୋଚନା କରି ସାରା ରାଜ୍ୟରେ ପ୍ୟାଡ ଗାର୍ଲ ଭାବେ ପରିଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା
author img

By

Published : Mar 1, 2019, 8:11 AM IST

ଝାରସୁଗୁଡା: ଯେଉଁଠି ମହିଳାଙ୍କ ମାସିକ ଧର୍ମ ବିଷୟରେ କଥା ହେବା ଏକ ଲଜ୍ଜ୍ୟାର କଥା, ଯେଉଁଠି ଏହାକୁ ଗୁପ୍ତ କଥା ବୋଲି ମନେ କରାଯାଏ, ସେଇଠି ମହିଳାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ ଖୋଲା ଖୋଲି ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ଦୃଢ଼ ସଂକଳ୍ପ ନେଇଛନ୍ତି ଝାରସୁଗୁଡାର 'ପ୍ୟାଡ ଗର୍ଲ' ପାୟଲ ପଟେଲ । ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ ଆସିବାର ଅନେକ ପୂର୍ବରୁ ମହିଳାଙ୍କର ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିଥିଲେ ପାୟଲ । ଅନେକ ବାଧା ବିଘ୍ନକୁ ଏଡାଇ ପାୟଲ ଆଜି ସମସ୍ତଙ୍କ ପାଇଁ ରୋଲ ମଡେଲ ପାଲଟିଛନ୍ତି ।

ଝାରସୁଗୁଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କିର୍ମିରା ବ୍ଲକ ବରପାନ ଗାଁର ପାୟଲ ପଟେଲ । ବୟସ ମାତ୍ର ୨୪ ବର୍ଷ । କିଛି ବର୍ଷତଳେ କର୍କଟ ରୋଗରେ ପୀଡିତ ହୋଇ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ମା’ହିଁ ତାଙ୍କର ସାହା ଭରସା । ପାୟଲ ଓ ତାଙ୍କ ପିତା ମାତା ସବୁବେଳେ ଚାହୁଁଥିଲେ ଯେ ପାୟଲ ସମାଜରେ ଉଦାହରଣ ସୃଷ୍ଟି କଲା ଭଳି କିଛି କାମ କରନ୍ତୁ ।

ଏକବିଶଂ ଶତାବ୍ଦୀରେ ମଧ୍ୟ ମହିଳାମାନେ ମାସିକ ଧର୍ମକୁ ନେଇ କୌଣସି ଅଲୋଚନା କରିବା ପାଇଁ ଲଜ୍ୟା କରିଥାନ୍ତି । ବିଶେଷ କରି ଗାଁମାନଙ୍କରେ ଏହା ଏକ ଗୁପ୍ତକଥା । ସହରମାନଙ୍କରେ ସାନିଟାରି ନାପକିନ୍‍ର ବ୍ୟବହାର ହେଉଥିଲେ ମଧ୍ୟ ଗାଁ ଗୁଡ଼ିକରେ ଏହାକୁ ମହିଳା ଓ କିଶୋରୀମାନେ ବହୁତ କମ୍‌ ବ୍ୟବହାର କରନ୍ତି ।

undefined

ଝାରସୁଗୁଡା ଜିଲ୍ଲାର କିର୍ମିରା ପରି ଆଦିବାସୀ ବହୁଳ ଅଞ୍ଚଳରେ ସାନିଟାରି ନାପକିନ୍‌ର ବ୍ୟବହାର ସ୍ବପ୍ନ ସଦୃଶ । ଆଉ ଏହାକୁ ଆଖିରେ ରଖି ପାୟଲ ଅଣ୍ଟା ଭିଡିଥିଲେ ମହିଳାଙ୍କୁ ଏକ ସ୍ବଚ୍ଛ ଓ ସଂକ୍ରମଣ ମୁକ୍ତ ସାନିଟାରି ନ୍ୟପକିନ ଦେବାପାଇଁ । ବାପାଙ୍କ ମୃତ୍ୟୁ ବେଳକୁ ପାୟଲ +୩ରେ ପାଠ ପଢୁଥିଲେ । ପଢା ଶେଷ କରି ୨୦୧୬ ମସିହାରେ ବେଲପାହଡ଼ ସ୍ଥିତ ଗ୍ରାମୀଣ କର୍ମନିଯୁକ୍ତି ସଂସ୍ଥା ଓ ପରେ ମୁମ୍ବାଇରେ ତାଲିମ ନେଇଥିଲେ ସେ ।

ଦୃଢ ଇଚ୍ଛା ଶକ୍ତି ଓ ନିଜ ପ୍ରଚେଷ୍ଟାରେ 'ହାଇଜିନ୍‍' ନାମରେ ସାନିଟାରି ନାପକିନ୍ ତିଆରି କରୁଛନ୍ତି । ନିଜ ଉଦ୍ୟମରେ ଖୋଲିଛନ୍ତି ଏକ ସାନିଟାରି ନାପକିନ୍‍ ଫ୍ୟାକ୍ଟ୍ରି । ଏହାସହ ନିଜ ଅଞ୍ଚଳର ୬ ଜଣ ମହିଳାଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ସେ । ତାଙ୍କର ଏହି ଉଦ୍ୟମ ପାଇଁ ଏବେ ଶହ ଶହ ମହିଳା ସାନିଟାରି ନାପକିନ୍‍ ବ୍ୟବହାର କରିବା ସକ୍ଷମ ହୋଇଛନ୍ତି ।

ପାୟଲ ପ୍ରସ୍ତୁତ କରୁଥିବା ସାନିଟାରୀ ନାପକିନ୍‍ ସଂକ୍ରମଣ ମୁକ୍ତ, ମଜବୁତ, ଓ ଏହାର କୌଣସି ପାଶ୍ବପ୍ରତିକ୍ରିୟା ନାହିଁ । ପାୟଲ ସାନିଟାରୀ ନାପକିନ ଉଦ୍ୟୋଗ ପ୍ରତିଷ୍ଠା ହେବା ପରେ ଅଞ୍ଚଳରେ ୬୦ରୁ୭୦ ଭାଗ ମିହିଳା ଏବେ ସାନିଟାରି ନାପକିନ୍‍ ବ୍ୟବହାର କରୁଛନ୍ତି । ଯାହାକି ଆଗରୁ ୨ରୁ୩ ପ୍ରତିଶତ ଥିଲା । ଆରମ୍ଭରୁ ପାୟଲଙ୍କ କାମକୁ ନେଇ ଯେଉଁ ଭଳି କଟାକ୍ଷ କରାଯାଉଥିଲା ଏବେ ସେଭଳି ନାହିଁ, ଓଲଟା କାମକୁ ପ୍ରସଂଶା ମିଳୁଛି । ପାୟଲଙ୍କ ମହତ କାମକୁ ନେଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଅନେକ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ କରିଛନ୍ତି ।

undefined

ରକ୍ଷଣଶୀଳ ସମାଜର ପ୍ରତିବନ୍ଧକର ଶିକୁଳି ଛିଣ୍ଡାଇ କରି ପାୟଲ ସମାଜରେ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଅନେକ କଟକଣା, ପ୍ରତିବନ୍ଧକ, ସମାଲୋଚନା, କଟୁବାକ୍ୟ ମଧ୍ୟ ଦେଇ ଗତି କରି ପାୟଲ ଆଜି ସଫଳତାର ଶିର୍ଷରେ । ସଂଘର୍ଷ ଯେତେବେଳେ ଏହି ତମାମ ଶବ୍ଦକୁ ଅତିକ୍ରମ କରେ, ସେତେବେଳେ ଜିତିବାର ନିଶା କିଛି ଅଲଗା ପ୍ରକାରର ଅନୁଭବ ହୁଏ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.