ETV Bharat / state

ଷ୍ଟାର୍ଟଅପରୁ ଷ୍ଟାଣ୍ଡଅପ, ଲକଡାଉନରେ ବଢୁଛି ‘ଅର୍ଡର ପ୍ଲିଜ’ର ଚାହିଦା - jharsuguda news

ଲକଡାଉନରେ ଜୀବିକା ହରାଇ ଅନେକ ଯୁବକ ଘରେ ବସିଛନ୍ତି । କିନ୍ତୁ ଝାରସୁଗୁଡାର ଦୁଇ ବନ୍ଧୁ ଲକଡାଉନ ସମୟରେ ଅର୍ଡର ପ୍ଲିଜରେ ଲୋକଙ୍କୁ ଫୁଡ ଡେଲିବରୀ ଦେଇ ଭଲ ଦି ପଇସା ରୋଜଗାର କରିବା ସହ ନିଜ ବ୍ୟବସାୟକୁ ସୁଦୃଢ କରିଛନ୍ତି । ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ....

ଷ୍ଟାର୍ଟଅପରୁ ଷ୍ଟାଣ୍ଡଅପ, ଲକଡାଉନରେ ବଢୁଛି ଅର୍ଡର ପ୍ଲିଜର ଚାହିଦା

author img

By

Published : Jun 18, 2020, 2:42 PM IST

ଝାରସୁଗୁଡା: ମହାମାରୀ କୋରୋନା କାହା ପାଇଁ ବିପତ୍ତି ପାଲଟିଛି ତ କାହା ପାଇଁ ଆଣି ଦେଇଛି ନିଯୁକ୍ତିର ସୁଯୋଗ । କଟକଣା ଯୋଗୁଁ କେହି ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ହୋଟେଲ ଶିଳ୍ପ ବିଶେଷ ଭାବରେ ପ୍ରଭାବିତ ହୋଇଛି । ହେଲେ ଏତିକି ବେଳେ ଝାରସୁଗୁଡା ଭଳି ଛୋଟ ସହରରେ ଅନଲାଇନରେ ଲୋକଙ୍କୁ ଖାଇବା ଯୋଗାଇ ବେଶ ଲାଭ ପାଉଛନ୍ତି ଦୁଇ ବନ୍ଧୁ ।

ଷ୍ଟାର୍ଟଅପରୁ ଷ୍ଟାଣ୍ଡଅପ, ଲକଡାଉନରେ ବଢୁଛି ଅର୍ଡର ପ୍ଲିଜର ଚାହିଦା

ଝାରସୁଗୁଡ଼ାର ସ୍ଥାନୀୟ ଯୁବକ ସନତ କୁମାର ଦାସ ଓ ରିତେଶ ଶର୍ମା । ବାଙ୍ଗାଲୋରରେ ଚାକିରି ଛାଡି ଅର୍ଡର ପ୍ଳିଜ ନାମକ ଏକ ଆପ ତିଆରି କରିଥିଲେ । ପ୍ରଥମେ 3ଟି ହୋଟେଲ ଅନୁମତି ଦେଇଥିବା ବେଳେ ଏବେ ଲକଡାଉନରେ 35 ଟି ହୋଟେଲରୁ ମିଳିଛି ଅନୁମତି । ଏହି କମ୍ପାନୀରେ 10 ଜଣ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ପାଖାପାଖି 200 ଲୋକ ଖାଦ୍ୟ ପାଇଁ ଅର୍ଡର ଦେଉଛନ୍ତି ।

ଏହି ଦୁଇ ବନ୍ଧୁଙ୍କ ଆତ୍ମନିର୍ଭରଶୀଳ ହେବାର କାହାଣୀ ବି ନିଆରା । 2015 ମସିହାରେ ଅନଲାଇନ ଯୋଗେ ଅର୍ଡର ନେଇ ହୋଟେଲ ଖାଦ୍ୟ ଲୋକଙ୍କୁ ଯୋଗାଇବା ବ୍ୟବସାୟ ଆରମ୍ଭ କରିବା ପାଇଁ ଅର୍ଡର ପ୍ଳିଜ (OrderPlz) ନାମକ ଆଣ୍ଡ୍ରଏଡ ଆପ ତିଆରି କରିଥିଲେ । ପ୍ରଥମେ ସେମାନଙ୍କୁ ଏତେଟା ସଫଳତା ମିଳି ନଥିଲା । ଆରମ୍ଭରେ ହୋଟେଲ କର୍ମଚାରୀ ହୋମ ଡେଲିଭରି ଦେବା ପାଇଁ ସର୍ତ୍ତ ରଖି କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଖାଦ୍ୟ ଯୋଗାଣରେ ବିଳମ୍ବ ହେବାରୁ ପ୍ରଥମେ ଗାଳି ଶୁଣିବାକୁ ପଡୁଥିଲା । ପରେ ନିଜ ମୋଟର ସାଇକେଲରେ ଲୋକଙ୍କୁ ସେବା ଯୋଗାଇଥିଲେ । ଆଉ ଏଥିରେ ସଫଳ ହେବାପରେ ବର୍ତ୍ତମାନ ୩୫ ଟି ହୋଟେଲ ତାଙ୍କ ସହ ଯୋଡି ହୋଇଛନ୍ତି । ଲକଡାଉନରେ ଅନଲାଇନ ଅର୍ଡର ପୁର୍ବାପେକ୍ଷା ବଢ଼ି ତାଙ୍କ ବ୍ୟବସାୟ ଆହୁରୀ ସୁଦୃଢ ହୋଇଥିବା କୁହନ୍ତି ଉଭୟ ।

ମହାମାରୀରେ ଅନେକ ଯୁବକ ଜୀବିକା ହରାଇ ହତାଶ ହୋଇପଡିଛନ୍ତି । ହେଲେ ଯୁବ ଗୋଷ୍ଠୀ ବର୍ତ୍ତମାନ ପରିସ୍ଥିତିରେ ଚାକିରି ପାଇଁ ସମୟ ନଷ୍ଟ ନ କରି ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ଦୁଇବନ୍ଧୁ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.