ଝାରସୁଗୁଡ଼ା: ବଜ୍ରାଘାତରେ ମହାନଦୀ କୋଇଲା ଖଣି କର୍ମଚାରୀଙ୍କ ମୃତ୍ୟୁ । ମୃତକ ସିଏଚ ମୂର୍ତ୍ତି ଓରଫ ମୋତି ନାଇଡୁ ବୋଲି ଜଣାପଡ଼ିଛି । ବ୍ରଜରାଜନଗର ଥାନା ବୁନ୍ଦିଆ କଲୋନୀ ନିକଟରେ ଥିବା ପଡ଼ିଆରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁସାରେ ସନ୍ଧ୍ୟା 6 ଟା ବେଳକୁ ସେ ନିଜ ଘର ବୁନ୍ଦିଆ କଲୋନୀରୁ ବାହାରି ବଜାରକୁ ଯାଉଥିବା ବେଳେ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ମୋତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ବଜ୍ରାଘାତରେ ନିକଟରେ ଥିବା ମାଟି ଫାଟି ଯାଇଥିବା ଦେଖିବାକୁ ମିଳିଛି ।
ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ