ETV Bharat / state

ନୂଆ ବସଷ୍ଟାଣ୍ତ ଝାରସୁଗୁଡାର ଏକ ଅଂଶ ବିଶେଷ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ - କମ୍ୟୁନିଟି ହଲର କାର୍ଯ୍ୟକୁ ତଦାରଖ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ

ଵାଲଜୋରିରେ ନିର୍ମାଣଧୀନ ଥିବା ନୂତନ ବସଷ୍ଟାଣ୍ଡ ଓ ବେହେରାମାଲରେ ନିର୍ମାଣ ହେଉଥିବା କମ୍ୟୁନିଟି ହଲର କାର୍ଯ୍ୟକୁ ତଦାରଖ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ । ଅଧିକ ପଢନ୍ତୁ

ନୂଆ ବସଷ୍ଟାଣ୍ତ ଝାରସୁଗୁଡାର ଏକ ଅଂଶ ବିଶେଷ, ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Aug 19, 2022, 11:30 AM IST

ଝାରସୁଗୁଡା: ଜିଲ୍ଲା ଵାଲଜୋରିରେ ନିର୍ମାଣଧୀନ ଥିବା ନୂତନ ବସଷ୍ଟାଣ୍ଡ ଓ ବେହେରାମାଲରେ ନୂତନ ଭାବେ ନିର୍ମାଣ ହେଉଥିବା କମ୍ୟୁନିଟି ହଲର କାର୍ଯ୍ୟକୁ ତଦାରଖ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ । ସ୍ବାସ୍ଥ୍ୟମନ୍ତ୍ରୀ ଉଭୟ ସ୍ଥାନକୁ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ ମାନର ତଦାରଖ କରିଛନ୍ତି l ‘‘ଏହି ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାପରେ ଝାରସୁଗୁଡାବାସୀ ବହୁ ମାତ୍ରାରେ ଉପକୃତ ହୋଇପାରିବେ । ଏହାକୁ ଜିଲ୍ଲା ବସଷ୍ଟାଣ୍ଡ କରାଯିବା ସହ ପୁରୁଣା ବସଷ୍ଟାଣ୍ଡକୁ ସିଟି ବସଷ୍ଟାଣ୍ଡ ଭାବରେ କାର୍ଯ୍ୟକ୍ଷମ କରାଯିବ l’’

ନୂଆ ବସଷ୍ଟାଣ୍ତ ଝାରସୁଗୁଡାର ଏକ ଅଂଶ ବିଶେଷ, ସ୍ବାସ୍ଥ୍ୟମନ୍ତ୍ରୀ

ଅନ୍ୟପଟେ ନିର୍ମାଣଧୀନ ଥିବା କମ୍ୟୁନିଟି ହଲକୁ ଝାରସୁଗୁଡା ଜିଲ୍ଲାର ସର୍ବବୃହତ କମ୍ୟୁନିଟି ହଲ ଭାବରେ ତିଆରି କରାଯାଉଛି । ଯେଉଁଥିରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରାଯାଇପାରିବ । କୋରୋନା ଯୋଗୁଁ ଉଭୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । ତେବେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । ଏହା ଝାରସୁଗୁଡା ନୂତନ ନିର୍ମାଣର ଅଂଶ ବିଶେଷ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ l

ଇଟିଭି ଭାରତ,ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.