ETV Bharat / state

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଟୀକାକରଣ କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Dec 26, 2021, 5:55 PM IST

ଓମିକ୍ରନ ମୁକାବିଲାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ(Health Minister Naba Kisor Das) । ଅଧିକ ପଢନ୍ତୁ

କେନ୍ଦ୍ର ସରାକରଙ୍କ ଗାଇଡଲାଇନ ଅନୁସାରେ ଟୀକାକରଣ କରାଯିବ: Health Minister Naba Kisor Das

ଝାରସୁଗୁଡା: ଓମିକ୍ରନ ମୁକାବିଲାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ(Odisha Health Minister Naba Kisor Das) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନେତୃତ୍ୱରେ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ରହିଛି । ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ମଧ୍ୟ କେନ୍ଦ୍ର ସରାକରଙ୍କ ଗାଇଡଲାଇନ ଅନୁସାରେ ଟୀକାକରଣ କରାଯିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଟୀକକରଣର ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜରେ ରାଜ୍ୟ ଅଗ୍ରଣୀ ରହିଛି । ପଞ୍ଚାୟତରୁ ନେଇ CSC ପର୍ଯ୍ୟନ୍ତ ସବୁଠି ଟୀକାକରଣର ବ୍ୟବସ୍ଥା ରହିଛି । କେନ୍ଦ୍ରର ମାର୍ଗଦର୍ଶିକା ଯାହାବି ଆସିବ ରାଜ୍ୟ ସରାକାର ତାକୁ ଲୋକଙ୍କ ପାଖକୁ ପହଞ୍ଚଇବାରେ ସଫଳ ହେବେ । ଅନ୍ୟପଟେ ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ ଚାଲିଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ସନ୍ଦେହ ଦେଖାଦେଲେ ILS ଭୁବନେଶ୍ୱରରେ ଜିନମ ସିକ୍ୟୁଏନ୍ସିଂ ପରୀକ୍ଷା କରାଯିବ ।'

ସେହିପରି ରାଜ୍ୟବାସୀଙ୍କୁ କିପରି ଆହୁରି ଶୀଘ୍ର ଟୀକା ଯୋଗାଇ ଦିଆଯିବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ କୋଭିଡକୁ ପ୍ରତିହତ କିରିବା ପାଇଁ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର, ଦୂରତା ରକ୍ଷା ସହ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବା ପାଇଁ ନବ ଦାସ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.