ETV Bharat / state

Odisha Municipal Polls: ଶେଷ ହେଲା ନାମାଙ୍କନ ପ୍ରତ୍ୟାହାର - ଶେଷ ହେଲା ନାମାଙ୍କନ ପ୍ରତ୍ୟାହାର

ଆଗାମୀ ପୌର ନିର୍ବାଚନ ପାଇଁ ପୌର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ଆଜି(ସୋମବାର) ଶେଷ ହୋଇଛି l ଝାରସୁଗୁଡା ପୌର ପରିଷଦରୁ 6 ଜଣ କାଉନସିଲର ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି l ଅଧିକ ପଢିଛନ୍ତି

Odisha Municipal Polls: ଶେଷ ହେଲା ନାମାଙ୍କନ ପ୍ରତ୍ୟାହାର

author img

By

Published : Mar 14, 2022, 8:39 PM IST

ଝାରସୁଗୁଡା : ଆଗାମୀ ପୌର ନିର୍ବାଚନ ପାଇଁ ପୌର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ଆଜି(ସୋମବାର) ଶେଷ ହୋଇଛି l ଝାରସୁଗୁଡା ପୌର ପରିଷଦରୁ 6 ଜଣ କାଉନସିଲର ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି l ସେମାନଙ୍କ ମଧ୍ୟରେ 21 ନମ୍ବର ୱାର୍ଡରୁ ବିଜେପିର କାଉନସିଲର ପ୍ରାର୍ଥୀ ମମତା ଦୀପ, 12 ନମ୍ବର ୱାର୍ଡର କଂଗ୍ରେସର କାଉନସିଲର ପ୍ରାର୍ଥୀ କ୍ଷୀରୋଦ ମହାନନ୍ଦ ଓ 4 ଜଣ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ରହିଛନ୍ତି l

Odisha Municipal Polls: ଶେଷ ହେଲା ନାମାଙ୍କନ ପ୍ରତ୍ୟାହାର

ଏହାବି ପଢନ୍ତୁ : Poisonous Fish: ମତ୍ସ୍ୟଜୀବୀଙ୍କ ଜାଲରେ ପୃଥିବୀର ଦ୍ବିତୀୟ ବିଷାକ୍ତ ମାଛ

ସେହିପରି ବେଲପାହାଡ ପୌରପରିଷଦରୁ ଦୁଇଜଣ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ଓ ଦୁଇ ଜଣ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି l ସେହିପରି ବ୍ରଜରାଜନଗର ପୌରପରିଷଦର ବିଭିନ୍ନ ୱାର୍ଡର 14 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି l ନାମାଙ୍କନ ପ୍ରତ୍ୟାହାର ଶେଷ ପରେ ଝାରସୁଗୁଡାରେ 6 ଜଣ ଅଧ୍ୟକ୍ଷ ପ୍ରାର୍ଥୀ, 79 କାଉନସିଲର ପ୍ରାର୍ଥୀ ଥିବାବେଳେ ବ୍ରଜରାଜନଗର ପୌରପରିଷଦରେ 5 ଜଣ ଅଧ୍ୟକ୍ଷ ପ୍ରାର୍ଥୀ, 76 କାଉନସିଲର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ ରହିଛି l ସେହିପରି ବେଲପାହାଡ ପୌର ପରିଷଦରେ 5 ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ 59 ଜଣ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ କାୟମ ରହିଛି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.