ETV Bharat / state

କେବେ ସରିବ ଝାରସୁଗୁଡା ବସ୍‌ଷ୍ଟାଣ୍ଡ ନିର୍ମାଣ କାମ, ବିତିଲାଣି 7 ବର୍ଷ

ଅର୍ଦ୍ଧନିମିତ ଅବସ୍ଥାରେ ପଡିରହିଛି ଝାରସୁଗୁଡାର ନୂଆ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ। ଦୀର୍ଘ 7 ବର୍ଷ ପରେ ମଧ୍ୟ ବସଷ୍ଟାଣ୍ଡର ନିର୍ମାଣ ଶେଷ ହୋଇପାରିନି ।

author img

By

Published : Feb 9, 2019, 5:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଅର୍ଦ୍ଧନିମିତ ଅବସ୍ଥାରେ ଝାରସୁଗୁଡାର ନୂଆ ବସ୍‌ଷ୍ଟାଣ୍ଡ । ଦୀର୍ଘ 7 ବର୍ଷ ପରେ ମଧ୍ୟ ଶେଷ ହୋଇ ପାରୁନାହିଁ ଏହାର ନିର୍ମାଣ କାର୍ଯ୍ୟ। ଫଳରେ ସୁବିଧାଜନକ ବସ୍‌ ସେବା ପାଇବା ଜିଲ୍ଲାବାସୀଙ୍କ ସ୍ୱପ୍ନ ପାଲଟିଛି।

ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଶିଳ୍ପସଂସ୍ଥା ପ୍ରତି ଅନୁଗ୍ରହ ଓ ଅନୁକମ୍ପା ଏବଂ ଠିକାଦାର ପ୍ରୀତି ଯୋଗୁଁ ଲୋକଙ୍କ ହିତ ଉଦ୍ଦେଶ୍ୟରେ ବିନିଯୋଗ ହେଉଥିବା ଟଙ୍କା ଏବେ ଆତ୍ମସାତ ହେବାରେ ଲାଗିଛି । ଫଳରେ 7 ବର୍ଷ ହେବ ଝାରସୁଗୁଡାର ଧୁତୁରା ରୋଡ୍‌ରେ ନିର୍ମାଣ ହେଉଥିବା ନୂଆ ବସ୍‌ଷ୍ଟାଣ୍ଡର କାମ ସରୁନାହିଁ । ଓଲଟା କେବଳ ପାଚେରୀ ଓ ପିଲର ନିର୍ମାଣରେ ସରିଯାଇଛି ପ୍ରାୟ 7 କୋଟି ଟଙ୍କା ।

2012-13ରୁ ଆରମ୍ଭ ହୋଇଥିବା ଏହି ଯୋଜନା ପାଇଁ ମିଳିଥିବା ଟଙ୍କା ଠିକ୍‌ ବାଟରେ ବିନିଯୋଗ ନ ହେବାରୁ ଅବଶିଷ୍ଟ କିସ୍ତି ଦେବାକୁ ମନା କରିଦେଇଛି ରାଷ୍ଟ୍ରାୟତ୍ତ କମ୍ପାନୀ ଏମ୍‌ସିଏଲ୍‌। ପୁରୁଣା ବସଷ୍ଟାଣ୍ଡ ରେଲୱେ ଜମିରେ ଥିବାରୁ ଏହାକୁ ବିକଶିତ କରାଯାଇପାରୁ ନଥିବା ବେଳେ ନୂଆ ବସଷ୍ଟାଣ୍ଡ ଶେଷ ନ ହୋଇ ପଡିରହିବା ଏବେ ଏକ ଦୁର୍ଭାଗ୍ୟଜନକ ବିଷୟ ପାଲଟିଛି।

ପ୍ରକାଶ ଯେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ(ଏମ୍ସିଏଲ୍) ନିଜ ସିଏସ୍ଆର ପାଣ୍ଠିରୁ ୫ କୋଟି ଏବଂ ବେଦାନ୍ତ ନିଜ ସିଏସ୍ଆର ପାଣ୍ଠିରୁ ୨ କୋଟି ଟଙ୍କା ଦେବାକୁ ସମହତି ପ୍ରକାଶ କରିଥିଲା। ହେଲେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ଏହାର ସିଂହଭାଗ ଅର୍ଥାତ ୭ କୋଟି ଟଙ୍କା ଏମ୍‌ସିଏଲ୍ ଏବଂ ବେଦାନ୍ତ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିଲେ ।

undefined
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
undefined

ଏହାପରେ ପାଣ୍ଠି ବ୍ୟୟକୁ ନେଇ ପାରିପାର୍ଶ୍ୱିକ ଉନ୍ନୟନ କମିଟି ମଧ୍ୟ ଆଗ୍ରହ ପ୍ରକାଶ କରିଥିଲା। ଫଳରେ କମିଟି ଅନୁମୋଦନକ୍ରମେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କନକାଷ୍ଟ ଷ୍ଟିଲ୍ ଆଣ୍ଡ ପାୱାରକୁ ପ୍ରଦାନ କରାଯାଇଥିଲା । ହେଲେ କନକାଷ୍ଟ ନିଜେ ନିର୍ମାଣ କାର୍ଯ୍ୟ ନ କରି ବାଲାଜି କନଷ୍ଟ୍ରକ୍ସନ୍ ନାମକ ଏକ ଠିକାସଂସ୍ଥାକୁ ହସ୍ତାନ୍ତର କରିଥିଲା ।

ଏତେ ସମସ୍ତ ଅସୁବିଧା ପରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୁନଶ୍ଚ ବ୍ୟୟ ଅଟକଳର ସଂଶୋଧନ ହୋଇଥିଲା । ଯେଉଁଥିରେ 12 କୋଟି 90 ଲକ୍ଷ ଟଙ୍କା ଦର୍ଶାଯିବା ପରେ ଆପତ୍ତି ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପରେ ଅଟକଳ ମୂଲ୍ୟର ଅବଶିଷ୍ଟ ଅର୍ଥ ଦେବାକୁ ମନା କରିଦେଇଥିଲା ଏମ୍‌ସିଏଲ୍‌ । ତେଣୁ ବାକି ଥିବା ନିର୍ମାଣ କାର୍ଯ୍ୟକୁ ସାରିବା ପାଇଁ ଏବେ ଡିଏମ୍‌ଏଫ୍‌ଓ ପାଣ୍ଠିରୁ 7 କୋଟି 88 ଲକ୍ଷ 10 ହଜାର ଟଙ୍କା ବିନିଯୋଗ କରାଯାଉଛି।

ଏ ସମସ୍ତ ଘଟଣାବଳୀକୁ ଦେଖି ପ୍ରଶ୍ନ ଉଠୁଛି କି ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠିରୁ ଏକ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ସଠିକ୍ ଠିକାଦାରଙ୍କ ହାତରେ ନଛାଡିବା କେତେଦୂର ଠିକ୍ ?

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Slug - dead body found near Devi river in Banki,rep - Narayan,ctc,avo,09.02.19

ଆଂଙ୍କର- କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଗଲପୁର ଅଲ୍ଲିପଡା ରାସ୍ତାର ଝାରପଡା ଦେବୀ ନଦୀ ପୋଲ ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ବିପଦଶଙ୍କୁଳ ପୋଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକଙ୍କ ମୃତୁ ହୋଇଥିବା ସନ୍ଦେହ କରାଯାଉଛି।ସକାଳୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସ କୁ ଖବର ଦେଇଥିଲେ।ଦୀର୍ଘ ଦିନ ହେଲା ଏହି ପୋଲଟି ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।ଅନ୍ୟପଟେ ଜଗତସିଂହପୁର ଓ ପାରାଦୀପ କୁ ଏହା କମ ସମୟର ବାଟ ହୋଇଥିବା କାରଣରୁ ବହୁ ସଂଖ୍ୟାରେ ଯାନବାହାନ ଯାତାୟତ କରୁଛି।କିନ୍ତୁ ପୋଲ ମରାମତି ପାଈଁ ପ୍ରଶାସନ ଅବହେଳା କରୁଛି।ତେବେ ଏହି ଘଟଣାପରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି।ଘଟଣା ସ୍ଥଳରେ କନ୍ଟାପଡା଼ ତହସିଲଦାର ଓ ଗୋବିନ୍ଦପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ପାଈଁ ଉଦ୍ୟମ ଜାରି ରଖିଛନ୍ତି।

Visual through WhatsApp..
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.