ETV Bharat / state

Naba Das murder case: ଆଜି ସରିବ ରିମାଣ୍ଡ, ହୋଇପାରେ ସିନ ରିକ୍ରିଏସନ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ରିମାଣ୍ଡ ଅବଧି । ସିନ ରିକ୍ରିଏସ କରିପାରେ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Naba Das murder case
Naba Das murder case
author img

By

Published : Feb 4, 2023, 11:14 AM IST

ଝାରସୁଗୁଡା: ବହୁ ଚର୍ଚ୍ଚିତ ହାଇ ଫ୍ରୋଫାଇଲ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଆଜି ସରିବ ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଅବଧି । ୪ ଦିନିଆ ରିମାଣ୍ଡରେ ଆଣି ଗୋପାଳକୁ କ୍ରାଇମବ୍ରାଞ୍ଚ ଟିମ ମାରାଥନ ଜେରା କରୁଥିବା ବେଳେ ଆସି ଶେଷ ଦିନ । ତେବେ ଆଗକୁ ଆଉ ୪ ଦିନ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ବୋଲି ସୂଚନା ରହିଛି ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ଦିଲ୍ଲୀରୁ ଏକ ୬ଜଣିଆ ଟିମ୍ ଝାରସୁଗୁଡାରେ ଆସି ପହଞ୍ଚିଛନ୍ତି । ଗୋପାଳର CFSI ଏବଂ LVD ଟେଷ୍ଟ କରିବା ପାଇଁ ଟିମ ଆସିଥିବା ସୂଚନା । ଆଜି ରିମାଣ୍ଡର ଶେଷ ଦିନ ହୋଇଥିବାରୁ କ୍ରାଇମ ସିନ ରିକ୍ରିଏସନ ସହ କ୍ରାଇମବ୍ରାଞ୍ଚ ପୁନଃ ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ରହିଛି । ଶୁକ୍ରବାର ଟିମ ଗୋପାଳର ବୁଢ଼ୀଜାମ ସ୍ଥିତ ଏମସିଏଲ କ୍ବାଟରରେ ଖୋଳତାଡ଼ କରିଥିଲା ।

ସେଠାରୁ ଏକ ହାତଲେଖା ଡାଏରୀ ଏବଂ କାର୍ ଜବତ କରିଛି କ୍ରାଇମବ୍ରାଞ୍ଚ । କାରଟିକୁ ଗାନ୍ଧୀଛକ ଫାଣ୍ଡିରେ ରଖାଯାଇଥିବା ବେଳେ ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ରହିଛି । ସେଥିରେ ବିସ୍ଫୋରକ ବୟାନ ଥିବା ନେଇ ଚର୍ଚ୍ଚା ହେଉଛି । ଜବତ ସବୁ କାଗଜପତ୍ର ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Naba Das Murder Case: ସାଙ୍ଗ ଜାଣିଛନ୍ତି କି ସତ ? ଗୋପାଳର ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଖବରଅନୁସାରେ, ଗତ ୫ଦିନ ଧରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ବିଭିନ୍ନ ଦିଗକୁ ନେଇ ବ୍ରହ୍ମପୁରରେ ମଧ୍ୟ ତନାଘନା ଜାରି ରଖିଛି । କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଗେପାଳଙ୍କ ଆଙ୍କୁଲି ସ୍ଥିତ ବାସବଭନକୁ ଯାଇ ପଚରାଉଚରା କରିଥିବା ବେଳେ ଆଜି ମଧ୍ୟ ଜେରା କରିଥିବା ଜଣାପଡିଛି । ତେବେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରି ନେଇଥିବା ଜଣାପଡିଛି । ଅନ୍ୟପଟେ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳର ପୈତୃକ ବାସଭବନ କୁହାଯାଉଥିବା ଜଳଶ୍ୱେରପୁର ଗ୍ରାମରେ ପହଞ୍ଚି ପରିବାର ବର୍ଗଙ୍କୁ ପଚାରାଉଚରା କରିଥିଲେ ।

ବାସଭବନକୁ ଯାଇ ଜେରା କରିବା ସହ ଗୋପାଳଙ୍କ ବଡଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇ ପଚରା ଉଚରା ଆରମ୍ଭ କରିଥିଲା । ହେଲେ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଗୋପାଳଙ୍କ ବଡ ଭାଇଙ୍କୁ କ୍ରାଇବ୍ରାଞ୍ଚ ଛାଡି ଦେଇଥିବା ସୂଚନା ମିଳିଛି । ଇତିମଧ୍ୟରେ ଗୋପାଳଙ୍କୁ ମାନସିକ ରୋଗରେ ଚିକିତ୍ସା କରୁଥିବା ଡାକ୍ତର, ଗୋପାଳଙ୍କ ସ୍କୁଲ ଓ କଲେଜରେ ପଢୁଥିବା ସାଙ୍ଗସାଥୀ, ଗୋପାଳଙ୍କ ମାସିକ ଔଷଧ ନେଇ ଯାଉଥିବା ସରକାରୀ ବସ୍ କର୍ମଚାରୀଙ୍କୁ ଡାକି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ମୃତ୍ୟୁକୁ ଏକ ସପ୍ତାହ ବିତିଯାଇଥିବା ବେଳେ ଘଟଣା ଉପରୁ ପରଦା ଉଠିପାରିନାହିଁ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.