ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଛୁରାମାଡ

ଦୁର୍ବୁତ୍ତଙ୍କ ଛୁରାମାଡ ଆକ୍ରମଣରେ ୪ ଗୁରୁତର । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଛୁରାମାଡ

author img

By

Published : Aug 24, 2021, 6:05 AM IST

ଝାରସୁଗୁଡା: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ୪ ଯୁବକଙ୍କ ଆକ୍ରମଣ । ହଠାତ୍ ଘରେ ପଶି କେହି କିଛି ବୁଝିବା ପୂର୍ବରୁ ଆରମ୍ଭ କରିଦେଲେ ଆକ୍ରମଣ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଛୁରାମାଡ ହୋଇଛି । ଛୁରାମାଡ କରିବା ପରେ ଦୁବୃର୍ତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଶାସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଗୁରୁତର ଆହତ ମଣ୍ଡଳିଆ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଛୁରାମାଡ
ସୂଚନାନୁଯାୟୀ ବ୍ରଜରାଜନଗର ଶାସ୍ତ୍ରୀ ନଗରରେ ରହୁଥିବା ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ବିବାଦ ଲାଗିରହିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀ ପରିବାରର ୭ରୁ ୮ ଜଣ ଯୁବକ ଆଜି ଅପରାହ୍ନରେ ରାଜେନ୍ଦ୍ର ସାଓଙ୍କ ଘରେ ପଶି ରାଜେଶଙ୍କ ଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଘର ଭିତରୁ ତାଙ୍କ ବୋହୂ ମୁନି ଦେବୀ ଦୌଡ଼ି ଆସିବାରୁ ତାଙ୍କୁ ପ୍ରଥମେ ଛୁରାମାଡ କରିଥିଲେ ସେମାନେ । ଏହାଦେଖି ଘର ଭିତରୁ ମୁନି ଦେବୀଙ୍କ ସ୍ୱାମୀ, ଶାଶୂ ଓ ମାମୁ ଆସିବାରୁ ସମସ୍ତଙ୍କୁ ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।

ତେବେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ଖବରପାଇ ଘଟଣାସ୍ଥଳରେ ଓରିଏଣ୍ଟ ଥାନା ଓ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.